ମୁମ୍ବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗର (IPL 2022) ୪୬ତମ ମ୍ୟାଚ୍ ସନରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଖେଳାଯାଉଛି । ଦୁଇ ଓପନର ଋତୁରାଜ ଗାଏକ୍ବାଡ ଓ ଡେଭନ କନୱେଙ୍କ ଜବରଦସ୍ତ ଇଂନିସ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ ହରାଇ ୨୦୨ ରନ୍ ସଂଗ୍ରହ କରିଛି CSK । ଫଳରେ ସନରାଇଜର୍ସ ହାଇଦ୍ରାବାଦ ସାମ୍ନାରେ ୨୦୩ ରନ୍ର ବିଜୟ ଲକ୍ଷ୍ୟ ରହିଛି ।
IPL 2022: ଧୋନି ସେନାପତି ପରେ CSKର ସୁପର ଶୋ, ସନରାଇଜର୍ସ ସାମ୍ନାରେ ଟାର୍ଗେଟ ୨୦୩ - ଆଇପିଏଲ ୨୦୨୨
ପ୍ରଥମେ ବ୍ୟାଟିଂ କରି CSK ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ ହରାଇ ୨୦୨ ରନ୍ ସଂଗ୍ରହ କରିଛି । ଫଳରେ ସନରାଇଜର୍ସ ହାଇଦ୍ରାବାଦ ସାମ୍ନାରେ ୨୦୩ ରନ୍ର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ
ଋତୁରାଜ ୫୭ ବଲ୍ରୁ ୬ଟି ଚୌକା ଓ ୬ଟି ଛକା ସହାୟତାରେ ୯୯ ରନ୍ର ମାରାଥନ ଇଂନିସ ଖେଳିଛନ୍ତି । ମାତ୍ର ଗୋଟିଏ ରନ୍ ପାଇଁ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ଶତକରୁ ବଞ୍ଚିତ ହୋଇଛନ୍ତି । ସେହିପରି ଅନ୍ୟତମ ଓପନର କନୱେ ୫୫ ବଲ୍ରୁ ୮ଟି ଚୌକା ଓ ୪ଟି ଛକା ସହାୟତାରେ ୮୫ ରନ୍ର ଦମଦାର ଇଂନିସ ଖେଳିଛନ୍ତି । ଉଭୟଙ୍କ ମଧ୍ୟରେ ୧୮୨ ରନ୍ର ଭାଗିଦାରୀ ହୋଇଥିଲା । ମହେନ୍ଦ୍ର ସିଂହ ଧୋନି ବଡ୍ ସଟ୍ ଖେଳିବାକୁ ଆସିଥିଲେ ମଧ୍ୟ ବିଶେଷ ସଫଳ ହୋଇଥିଲେ ।
ଅନ୍ୟପଟେ ଭୁବନେଶ୍ବର କୁମାରଙ୍କ ବ୍ୟତୀତ ସନରାଇଜର୍ସ ହାଇଦ୍ରାବାଦର ଅନ୍ୟ ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ଟି ନଟରାଜନ ଏକମାତ୍ର ବୋଲର ଭାବେ ଦୁଇଟି ୱିକେଟ ହାସଲ କରିବାରେ ସଫଳ ହୋଇଛନ୍ତି । ଭୁବନେଶ୍ବର କଞ୍ଜୁସି ବୋଲିଂ ସହ ୪ ଓଭରରେ ମାତ୍ର ୨୨ ରନ୍ ବ୍ୟୟ କରିଛନ୍ତି ।