ମୁମ୍ବାଇ: ଆଇପିଏଲ ୨୦୨୨ରେ ରବିବାର ରହିଛି ଦୁଇଟି ମୁକାବିଲା । ପ୍ରଥମ ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଉଛି । ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ଋଷଭ ପନ୍ତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ରୋହିତ ଶର୍ମାଙ୍କ ନେତୃତାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରିବ । ମୁମ୍ବାଇର ବ୍ରୋବୋର୍ନୋ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଉଛି ।
ଚୂଡାନ୍ତ ଏକାଦଶ:
ଦିଲ୍ଲୀ କ୍ୟାପିଟାଲ୍ସ: ପୃଥ୍ବୀ ଶ, ଟିମ ସୈଫର୍ଟ, ମନଦୀପ ସିଂ, ଋଷଭ ପନ୍ତ(କ୍ୟାପେଟନ/ୱିକେଟ କିପର), ରୋଭମନ ପାୱେଲ, ଲଳିତ ଯାଦବ, ଅକ୍ଷର ପଟେଲ, ଶାର୍ଦ୍ଦୁଳ ଠାକୁର, ଖଲିଲ ଅହମ୍ମଦ, କୁଲଦୀପ ଯାଦବ, କମଲେଶ ନାଗରକୋଟି ।
ମୁମ୍ବାଇ ଇଣ୍ଡିଆନ୍ସ:ରୋହିତ ଶର୍ମା(କ୍ୟାପେଟନ୍), ଇଶାନ କିଶନ, ତିଳକ ବର୍ମା, ଅନମଲପ୍ରିତ ସିଂ, କିରଣ ପୋଲାର୍ଡ, ଟିମ ଡେଭିଡ, ଡାନିଏଲ ସାମ୍ସ, ମୁରୁଗାଁ ଅଶ୍ବିନ, ଜଶପ୍ରୀତ ବୁମରା, ତାଇମଲ ମିଲ୍ସ, ବାସିଲ ଥାମ୍ପେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ