ମୁମ୍ବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ (IPL 2022) 62ତମ ମ୍ୟାଚ ଚେନ୍ନାଇ ସୁପରକିଙ୍ଗ୍ସ ଓ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ଖେଳାଯାଉଛି । ସମ୍ମାନ ପାଇଁ ଖେଳୁଥିବା ଚେନ୍ନାଇ ପ୍ରଥମେ ଟସ୍ ଜିତି ଗୁଜୁରାଟ ଟାଇଟନ୍ସ ବିପକ୍ଷରେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଚେନ୍ନାଇ ପ୍ଲେ-ଅଫ ଦୌଡ଼ରୁ ବାଦ ପଡ଼ିଥିବାବେଳେ ଟାଇଟନ୍ସ ପ୍ରଥମ ଦଳ ଭାବେ 18 ପଏଣ୍ଟ ସହ ପ୍ଲେ-ଅଫରେ ପ୍ରବେଶ କରିସାରିଛି ।
ଟସ ସମୟରେ ଚେନ୍ନାଇ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି କହିଛନ୍ତି ଯେ, " ଆମେ ପ୍ରଥମେ ବ୍ୟାଟିଂ କରିବାକୁ ଯାଉଛି । ଆଜି ବହୁତ ଗରମ ଅନୁଭୂତ ହେଉଛି । ୱିକେଟ୍ ଗୁଡିକ ଟିକେ ବ୍ୟବହୃତ ହୋଇଛି ତେଣୁ ଏହା ମନ୍ଥର ହୋଇଯିବ । ଦଳରେ ଅନେକ ପରିବର୍ତ୍ତନ ହୋଇଛି । ରବି, ରାୟୁଡୁ, ବ୍ରାଭୋ, ଥିକାଶାନା ବିଶ୍ରାମ ନେଇଥିବା ବେଳେ ଜଗି, ସୋଲାଙ୍କି, ସାଣ୍ଟନର ଓ ମଥିସା ଖେଳୁଛନ୍ତି ।"