ନୂଆଦିଲ୍ଲୀ: ଆଇପିଏଲରେ ସନଡେ ସୁପର ଫାଇଟ୍ରେ ରହିଛି ଦୁଇଟି ମୁକାବିଲା । ପ୍ରଥମ ମ୍ୟାଚ ପଏଣ୍ଟ ଟେବୁଲର ଶେଷ ଭାଗରେ ଥିବା ଦୁଇ ଟିମ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ରହିଛି । ଟସ୍ ଜିତି ହାଇଦ୍ରାବାଦ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ପ୍ରଥମେ ବ୍ୟାଟିଂ କରୁଛି ରାଜସ୍ଥାନ ରୟାଲ୍ସ । ନୂଆଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଉଛି ଏହି ମ୍ୟାଚ୍ ।
ଏହି ମ୍ୟାଚ ପୂର୍ବରୁ ନିଜର ଅଧିନାୟକ ପରିବର୍ତ୍ତନ କରି ଡେଭିଡ ୱାର୍ଣ୍ଣରଙ୍କ ସ୍ଥାନରେ କେନ ୱିଲିୟମସନଙ୍କୁ ନେତୃତ୍ବ ଭାର ଦେଇଛି ମ୍ୟାନେଜମେଣ୍ଟ । ଏଥିସହ ଚୁଡାନ୍ତ ଏକାଦଶରୁ ମଧ୍ୟ ବାଦ୍ ପଡିଛନ୍ତି ୱାର୍ଣ୍ଣର । ମହମ୍ମଦ ନବି, ଭୁବନେଶ୍ବର କୁମାର ଓ ଅବଦୁଲ ସମାଦ ଫେରିଛନ୍ତି ।
ଅନ୍ୟପଟେ ରାଜସ୍ଥାନ ମଧ୍ୟ ଚୁଡାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି । ଶିବମ ଦୁବେଙ୍କ ସ୍ଥାନରେ ଅନୁଜ ରାୱତ ଡେବ୍ୟୁ କରିଥିବା ବେଳେ, ଉନଦକତଙ୍କ ସ୍ଥାନରେ ତ୍ୟାଗୀଙ୍କୁ ସୁଯୋଗ ମିଳିଛି ।
ଚୁଡାନ୍ତ ଏକାଦଶ:
ରାଜସ୍ଥାନ ରୟାଲ୍ସ: ଜସ୍ ବଟଲର, ଜସଶ୍ବୀ ଜୟଶ୍ବାଲ, ସଞ୍ଜୁ ସାମସନ(କ୍ୟାପଟେନ/ ୱିକେଟ କିପର), ଅନୁଜ ରାୱତ, ଡେଭିଡ ମିଲର, ରିୟାନ ପରାଗ, ରାହୁଲ ତେୱାତିଆ, କ୍ରିସ୍ ମୋରିସ, କାର୍ତ୍ତିକ ତ୍ୟାଗୀ, ଚେତନ ସକାରିୟା, ମୁସ୍ତାଫିଜୁର ରେହମାନ ।
ସନରାଇଜର୍ସ ହାଇଦ୍ରାବାଦ: ଜନ୍ନି ବେୟାରଷ୍ଟୋ(ୱିକେଟ କିପର), କେନ ୱିଲିୟମସନ(କ୍ୟାପଟେନ), ମନୀଷ ପାଣ୍ଡେ, କେଦାର ଯାଦବ, ବିଜୟ ଶଙ୍କର, ମହମ୍ମଦ ନବି, ଅବଦୁଲ ସମାଦ, ରସିଦ କାନ, ଭୁବନେଶ୍ବର କୁମାର, ଖଲିଲ ଅହମ୍ମଦ, ସନ୍ଦୀପ ଶର୍ମା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ