ଓଡିଶା

odisha

ETV Bharat / sports

ରାଜସ୍ଥାନ ବିପକ୍ଷରେ ବାଙ୍ଗାଲୋରର ବିରାଟ ବିଜୟ - RCB VS RR match live score

ଚଳିତ ଆଇପିଏଲରେ ଅପରାଜେୟ ରହିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) । ଅଧିକ ପଢନ୍ତୁ...

IPL 2021: Royal Challengers Bangalore won by 10 wkts vs RR
ରାଜସ୍ଥାନ ବିପକ୍ଷରେ ବାଙ୍ଗାଲୋରର ବିରାଟ ବିଜୟ

By

Published : Apr 22, 2021, 11:02 PM IST

ମୁମ୍ବାଇ:ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) । ଚଳିତ ଟୁର୍ଣ୍ଣାମେଣ୍ଟରେ କ୍ରମାଗତ 4ର୍ଥ ମ୍ୟାଚରେ ବିଜୟୀ ହୋଇଛି ବିରାଟ କୋହଲିଙ୍କ ଦଳ । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦମଦାର ବିଜୟ ହାସଲ କରିଛି ଆରସିବି ।

178 ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଆରସିବି 16.3 ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିନେଇଛି । ଫଳରେ 10 ୱିକେଟରେ ଧମାକାଦାର ବିଜୟ ହାସଲ କରିଛି । ଓପନର ଦେବଦତ୍ତ ପାଦିକ୍କଲ ଦମଦାର ଅପରାଜିତ ଶତକ ହାସଲ କରିଛନ୍ତି । କୋହଲି ମଧ୍ୟ 72 ରନ କରି ଅପରାଜିତ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details