ମୁମ୍ବାଇ: ଚଳିତ ଆଇପିଏଲର 16ତମ ମୁକାବିଲା ୱାଙ୍ଖଡେ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ହେଉଛି । ଟସ୍ ଜିତି ଆରସିବି କ୍ୟାପଟେନ ବିରାଟ କୋହଲି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ ରାଜସ୍ଥାନ ରୟାଲ୍ସ ।
ଚଳିତ ଟୁର୍ଣ୍ଣାମେଣ୍ଟରେ ଆରସିବି ଏକମାତ୍ର ଦଳ ଯିଏକି ଏଯାବତ ଅପରାଜେୟ ରହିଛି । ବିରାଟ କୋହଲିଙ୍କ ନେତୃତ୍ବରେ ଖେଳିଥିବା ସମସ୍ତ 3ଟି ମ୍ୟାଚରେ ବିଜୟୀ ହୋଇଛି ।
ପଟିଦାରଙ୍କ ସ୍ଥାନରେ ରିଚାର୍ଡସନଙ୍କୁ ଚୁଡାନ୍ତ ଏକାଦଶରେ ଆରସିବି ସାମିଲ କରିଥିବାବେଳେ, ରାଜସ୍ଥାନ ଟିମରେ ଉନାଦକତଙ୍କ ସ୍ଥାନ ନେଇଛନ୍ତି ଶ୍ରେୟସ ଗୋପାଳ ।