ନୂଆଦିଲ୍ଲୀ:ଆଇପିଏଲକୁ ଏଣ୍ଟ୍ରି ମାରିଛି କୋରୋନା । ଆଜି(ସୋମବାର) କୋଲକାତା ନାଇଟ ରାଇର୍ଡସ ଓ ବାଙ୍ଗାଲୋର ମଧ୍ୟରେ ଖେଳାଯିବାକୁ ଥିବା ଆଇପିଏଲର 30ତମ ମ୍ୟାଚକୁ ବାତିଲ କରାଯାଇଛି । କୋଲକାତାର ଦୁଇ ଖେଳାଳି କୋରୋନାରେ ସଂକ୍ରମିତ ହେବା ପରେ ମ୍ୟାଚକୁ ସ୍ଥଗିତ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି ।
କୋଲକାତା ସ୍ପିନର ବରୁନ ଚକ୍ରବର୍ତ୍ତୀ ଓ ସନ୍ଦୀପ ୱାରିୟର କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଏ ନେଇ ଆଜିର ମ୍ୟାଚକୁ ବାତିଲ କରାଯାଇଛି । ସମୟ 7ଟା30ରେ ଅହମ୍ମଦାବାଦର ମୋଦି ଷ୍ଟାଡିୟମରେ ଖେଳାଯାଇଥାନ୍ତା ମ୍ୟାଚ । ଏ ପ୍ରସଙ୍ଗରେ ବସିସିଆଇ କିମ୍ବା ଫ୍ରାଞ୍ଚାଇଜ୍ ପକ୍ଷରୁ କୌଣସି ସୂଚନା ମିଳିନାହିଁ । ପରବର୍ତ୍ତୀ ସମୟରେ ସ୍ଥିତି ଦେଖି ମ୍ୟାଚ ଖେଳାଯିବା ନେଇ ସୂଚନା ମିଳିଛି ।