ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗ୍ସ ବ୍ୟାଟ୍ସମ୍ୟାନ ସୁରେଶ ରାଇନା ଶନିବାର ଆଉ ଏକ ନୂଆ ଉପଲବ୍ଧି ହାସଲ କରିଛନ୍ତି । ଆଇପିଏଲ ଇତିହାସରେ ଚତୁର୍ଥ ଖେଳାଳି ଭାବେ ରାଇନା 200ତମ ମ୍ୟାଚ ଖେଳିଛନ୍ତି । ସ୍ଥନୀୟ ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଉଥିବା ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଖେଳୁଥିବା ରାଇନା ଏହି ମାଇଲଷ୍ଟୋନ ହାସଲ କରିଛନ୍ତି ।
ଶନିବାର ମ୍ୟାଚ ପୂର୍ବରୁ 199ଟି ମ୍ୟାଚରୁ ରାଇନାଙ୍କ ନାମରେ 5,489 ରନ୍ ରହିଥିଲା । ଯାହାକି ଆଇପିଏଲ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ସର୍ବାଧିକ ରନ୍ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ । 200 ଆଇପିଏଲ ମ୍ୟାଚ ଖେଳିଥିବା ଅନ୍ୟ 3 ଖେଳାଳି ହେଉଛନ୍ତି, ମହେନ୍ଦ୍ର ସିଂହ ଧୋନି(ସିଏସକେ), ରୋହିତ ଶର୍ମା(ମୁମ୍ବାଇ ଇଣ୍ଡିଆନ୍ସ), ଦିନେଶ କାର୍ତ୍ତିକ(କେକେଆର) ।