ଓଡିଶା

odisha

ଆଇପିଏଲ ମହାସମର: ରାଜସ୍ଥାନ ବିପକ୍ଷରେ ମୁମ୍ବାଇର ବୋଲିଂ ନିଷ୍ପତ୍ତି

By

Published : Apr 29, 2021, 3:29 PM IST

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ । ଅଧିକ ପଢନ୍ତୁ..

IPL 2021: MI win toss, opt to field against RR
ଆଇପିଏଲ ମହାସମର: ରାଜସ୍ଥାନ ବିପକ୍ଷରେ ମୁମ୍ବାଇର ବୋଲିଂ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଇପିଏଲର 24ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ । ଅରୁଣ ଜେଟଲି ଷ୍ଟାଡିୟମ, ଦିଲ୍ଲୀରେ ଖେଳାଯାଉଛି ଏହି ମ୍ୟାଚ ।

ଲଗାତାର ଦୁଇଟି ପରାଜୟ ପରେ ମୁମ୍ବାଇ ଏହି ମ୍ୟାଚରେ ବିଜୟ ଲକ୍ଷ୍ୟରେ ରହିଛି । ଅନ୍ୟପଟେ ସଞ୍ଜୁ ସାମସନଙ୍କ ନେତୃତ୍ବରେ ରାଜସ୍ଥାନ ଏଯାବତ 3ଟି ମ୍ୟାଚରେ ପରାଜିତ ହୋଇସାରିଛି । ତେବେ ପୂର୍ବ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଦଳକୁ 6 ୱିକେଟରେ ବିଜୟ ମିଳିଥିଲା ।

ଚୁଡାନ୍ତ ଏକାଦଶ:

ମୁମ୍ବାଇ ଇଣ୍ଡିଆନ୍ସ: କ୍ବିଣ୍ଟନ ଡିକକ୍‌(ୱିକେଟ କିପର), ରୋହିତ ଶର୍ମା(କ୍ୟାପଟେନ), ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, କିରଣ ପୋଲାର୍ଡ, କ୍ରୁଣାଳ ପାଣ୍ଡ୍ୟା, ନାଥନ କୁଲଟର-ନାଇଲ, ଜୟନ୍ତ ଯାଦବ, ରାହୁଲ ଚହର, ଜଶପ୍ରୀତ ବୁମରା, ଟ୍ରେଣ୍ଟ ବୋଲ୍ଟ ।

ରାଜସ୍ଥାନ ରୟାଲ୍ସ: ଜସ୍‌ ବଟଲର, ଜସଶ୍ବୀ ଜୟଶ୍ବାଲ, ସଞ୍ଜୁ ସାମସନ(କ୍ୟାପଟେନ/ ୱିକେଟ କିପର), ଶିବମ ଦୁବେ, ଡେଭିଡ ମିଲର, ରାହୁଲ ତେୱାତିଆ, ରିୟାନ ପରାଗ, କ୍ରିସ ମୋରିସ, ଜୟଦେବ ଉନଦତ, ଚେତନ ସକାରିୟା, ମୁସ୍ତାଫିଜୁର ରେହମାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details