ମୁମ୍ବାଇ:ଚଳିତ ଆଇପିଏଲର ଏକାଦଶ ମ୍ୟାଚ ପଞ୍ଜାବ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ ହରାଇ 195 ରନ୍ ସଂଗ୍ରହ କରିଛି । ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ ସାମ୍ନାରେ 196 ରନ୍ର ବିଜୟ ଲକ୍ଷ୍ୟ ରହିଛି ।
ପଞ୍ଜାବ ପକ୍ଷରୁ ଓପନର ମୟଙ୍କ ଅଗ୍ରୱାଲ 36 ବଲ୍ରୁ ସର୍ବାଧିକ 69 ରନ୍ର ଇଂନିସ ଖେଳିଛନ୍ତି । ଅଗ୍ରୱାଲଙ୍କ ଏହି ଇଂନିସରେ 7ଟି ଚୌକା ଓ 4ଟି ଛକା ସାମିଲ ରହିଛି । କ୍ୟାପଟେନ କେଏଲ ରାହୁଲ 51 ବଲ୍ରୁ 7ଟି ଚୌକା ଓ 2ଟି ଛକା ସହାୟତାରେ 61 ରନ୍ର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି ।