ଓଡିଶା

odisha

By

Published : May 2, 2021, 9:25 PM IST

Updated : May 2, 2021, 9:42 PM IST

ETV Bharat / sports

ଆଇପିଏଲ ମହାସମର: ଅଗ୍ରୱାଲଙ୍କ ଅପରାଜିତ 99, ପଞ୍ଜାବ 166/6

ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ ହରାଇ 166 ରନ୍‌ ସଂଗ୍ରହ କରିଛି ପଞ୍ଜାବ କିଙ୍ଗ୍ସ । ଫଳରେ ଦିଲ୍ଲୀ ସାମ୍ନାରେ 167 ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ...

IPl 2021: mayank 99 help punjab to 166/6 vs DC
ଆଇପିଏଲ ମହାସମର: ଅଗ୍ରୱାଲଙ୍କ ଅପରାଜିତ 99, ପଞ୍ଜାବ 166/6

ଅହମ୍ମଦାବାଦ:ଆଇପିଏଲର 29ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗ୍‌ସ ମଧ୍ୟରେ ମୁକାବିଲା ଜାରି ରହିଛି । ଟସ୍‌ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ବୋଲିଂ ନିଷ୍ପତ୍ତି ନେବାସହ, ପଞ୍ଜାବକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା । ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ ହରାଇ 166 ରନ୍‌ ସଂଗ୍ରହ କରିଛି ପଞ୍ଜାବ କିଙ୍ଗ୍‌ସ । ଫଳରେ ଦିଲ୍ଲୀ ସାମ୍ନାରେ 167 ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

ପଞ୍ଜାବ ପକ୍ଷରୁ କ୍ୟାପଟେନ ମୟଙ୍କ ଅଗ୍ରୱାଲ ଅପରାଜିତ 99 ରନ୍‌ର ଇଂନିସ ଖେଳିଛନ୍ତି । 58 ବଲ୍‌ରୁ 8 ଚୌକା ଓ 4 ଛକା ସହାୟତାରେ 99 ରନ ସହ ମାତ୍ର ଗୋଟିଏ ରନ ପାଇଁ ଶତକରୁ ବଞ୍ଚିତ ହୋଇଛନ୍ତି । କ୍ରିସ ଗେଲ୍‌ 13 ଓ ଡେଭିଡ୍ ମଲାନ 26 ରନ୍‌ର ଇଂନିସ ଖେଳିଛନ୍ତି । ଏହା ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସଫଳ ହୋଇନଥିଲେ ।

ଦିଲ୍ଲୀ ପକ୍ଷରୁ କାଗିସୋ ରବାଡା 4 ଓଭରରେ 36 ରନ୍‌ ବ୍ୟୟରେ 3ଟି ୱିକେଟ ହାସଲ କରି ସଫଳତମ ବୋଲର ରହିଥିଲେ । ଅବେଶ ଖାନ ଓ ଅକ୍ଷର ପଟେଲଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 2, 2021, 9:42 PM IST

ABOUT THE AUTHOR

...view details