ଚେନ୍ନାଇ:ଆଇପିଏଲର 10ମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଉଛି । ଟସ ଜିତି ଆରସିବି କ୍ୟାପଟେନ ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲେ । ପରେ ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ ହରାଇ 204 ରନ୍ ସଂଗ୍ରହ କରିଛନ୍ତି ଆରସିବି । ଫଳରେ କେକେଆର ସାମ୍ନାରେ 205 ରନ୍ର ବିଜୟ ଲକ୍ଷ୍ୟ ରହିଛି ।
ଆରସିବି ପକ୍ଷରୁ ଗ୍ଳେନ ମାକ୍ସୱେଲ ସର୍ବାଧିକ 78 ରନ୍ର ଇଂନିସ ଖେଳିଛନ୍ତି । 49 ବଲ୍ରୁ 9 ଚୌକା ଓ 3 ଛକା ସହାୟତାରେ 78 ରନର ମାରାଥନ ଇଂନିସ ଖେଳିଛନ୍ତି ମାକ୍ସୱେଲ । ପରେ ଏବି ଡିଭିଲିୟର୍ସ 34 ବଲ୍ରୁ 9ଚୌକା ଓ 3 ଛକା ସହାୟତାରେ 76 ରନ୍ର ବିସ୍ଫୋରକ ଇଂନିସ ଖେଳିଥିଲେ । ଏଥିସହ ଦଳୀୟ ସ୍କୋର 200 ପାର୍ କରାଇଥିଲେ ।