ଚେନ୍ନାଇ:ଆଜି ଆଇପିଏଲର ପ୍ରଥମ ଡବଲ ହେଡର ମ୍ୟାଚ । ଅପରାହ୍ନ 3.30ରେ ମ୍ୟାଚ ଆରମ୍ଭ ହେବ । ନିଜର ପ୍ରଥମ ଦୁଇଟି ମ୍ୟାଚରେ ବିଜୟୀ ହାସଲ କରିଥିବା ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ଭେଟିବ କୋଲକାତା ନାଇଟ ରାଇଡର୍ସକୁ ।
ଆଇପିଏଲ 14ତମ ସଂସ୍କରଣର ପ୍ରଥମ ଡବଲ ହେଡର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ଭେଟିବ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ହେବ ଲଢେଇ । ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ । ଚଳିତ ସିଜିନରେ ପ୍ରଥମ ମ୍ୟାଚରେ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ରୟାଲ ଚ୍ୟାଲେଞ୍ଜର ବାଙ୍ଗୋଲର ନିଜର ବିଜୟ ଧାରା ଜାରୀ ରଖିବା ପାଇଁ ଚେଷ୍ଟା କରିବି । ସେପଟେ ଗତ ଦୁଇଟି ମ୍ୟାଚରେ କ୍ରମାଗତ ଭାବରେ ପରାଜିତ ହୋଇଥିବା କୋଲକାତା ନାଇଟ ରାଇଡର୍ସ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ।
ଏହି ମ୍ୟାଚରେ ଆରସିବି ବ୍ୟାଟିଂ ଲାଇନରେ କୌଣସି ପରିବତ୍ତନ କରିବା ସମ୍ଭାବନ ନଥିବାବେଳେ କେବଳ ଦଳର ବିଜୟ ଟିମକୁ ଆଗକୁ ନେବା ପାଇଁ ଚେଷ୍ଟା କରାଯିବ । ଏହି ମ୍ୟାଚରେ ଆରସିବି ପାଇଁ ସ୍ପିନ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । କାହିଁକି ନା ଗତ ମ୍ୟାଚରେ କେକେଆ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ସ୍ପିନକୁ ଖେଳିନ ପାରି ପରାଜିତ ହୋଇଥିଲା । ତେଣେ କେକେଆର ବିପକ୍ଷରେ ବାଙ୍ଗାଲୋରର ସ୍ପିନ ବିିଭାଗ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଗତ ମ୍ୟାଚରେ ଏକ ଓଭରରେ ତିନି ୱିକେଟ ନେଇଥିବା ଶାହବାଜ ଅହମଦ ଗୁରୁତ୍ବପୂର୍ଣ୍ଣ ଭମିକା ରହିବ । ଆରସିବିର କୋହଲି ସମେତ ମ୍ୟାକ୍ସୱେଲ ଓ 360 ଡିଗ୍ରୀ ଏବି ଡିଭିଲିଅର୍ସ ଉପରେ ରହିବ ନଜର ।
ସେପଟେ କୋଲକାତା ନାଇଟ ରାଇଡର୍ସ ନିଜ ମିଡିଲ ଅର୍ଡର ବ୍ୟାଟିଂକୁ ନେଇ ଘୋର ଚିନ୍ତାରେ ରହିଛି । ଦଳର ଦୁଇ ଓପନର ନୀତିଶ ରାଣା ଓ ଶୁଭମନ ଗିଲ ଦୃଢ ମୂଳଦୁଆ ପକାଇବା ସହ ବିଜୟ ସୁଯୋଗ ସୃଷ୍ଟି କରୁଛନ୍ତି କିନ୍ତୁ ଦଳର ମିଡିଲ ଅର୍ଡର ପ୍ଲଫ ଯୋଗୁଁ ଦଳ ଦୁଇଟି ମ୍ୟାଚ ନିଶ୍ଚିତ ବିଜୟରୁ ହାତଛଡା କରିଛନ୍ତି । ଏହି ମ୍ୟାଚର କୋଲକାତା ନାଇଟ ରାଇଡର୍ସ କିଛି ପରିବର୍ତ୍ତନ କରିପାରେ । କୋଲକାତାର ମ୍ୟାଚରେ ସ୍ପିନର ହରଭଜନ ସିଂ ଓ କୁଲଦୀପ ଯାଦବ ଖେଳିବାର ସମ୍ଭାବନା ରହିଛନ୍ତି । ଏହି ମ୍ୟାଚରେ ଅଧିନାୟକ ଇଅନ ମୋର୍ଗାନ ସମେତ ଦିନେଶ କାର୍ତ୍ତିକଙ୍କ ବ୍ୟାଟିଂ ଉପରେ ରହିବ ନଜର ।