ଅହମ୍ମଦାବାଦ: ଆଇପିଏଲର 26 ମୁକାବିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ଆରସିବି ବୋଲିଂ ନିଷ୍ପତ୍ତି ନେବାପରେ ବ୍ୟାଟିଂ କରିଥିଲା କେଏଲ ରାହୁଲଙ୍କ ପଞ୍ଜାବ ।
ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ ହରାଇ 179 ରନ୍ ସଂଗ୍ରହ କରିଛି ଦଳ । ଫଳରେ ବାଙ୍ଗାଲୋର ସାମ୍ନାରେ 180 ରନ୍ର ବିଜୟ ଲକ୍ଷ୍ୟ ରହିଛି ।
ପଞ୍ଜାବ ପକ୍ଷରୁ ନିଜେ ଅଧିନାୟକ କେଏଲ ରାହୁଲ 91 ରନ୍ର ମାରାଥନ ଇଂନିସ ଖେଳିଛନ୍ତି । 57 ବଲ୍ରୁ 7 ଚୌକା ଓ 5 ଛକା ସହାୟତାରେ 91 ରନ୍ର ଇଂନିସ ଖେଳିଛନ୍ତି ରାହୁଲ ।