ଓଡିଶା

odisha

ETV Bharat / sports

IPL 2021: ବ୍ୟାଟିଂ କରିବ ଚେନ୍ନାଇ ସୁପର କିଙ୍ଗ୍ସ - ଚେନ୍ନାଇ ସୁପର କିଙ୍ଗ୍ସ ଆଜି ସ୍କ୍ବାଡ

ଟସ୍‌ ଜିତି ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପଟେନ ଋଷଭ ପନ୍ତ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ...

IPL 2021: Delhi Capitals have won the toss opt to field against CSK
IPL 2021: ବ୍ୟାଟିଂ କରିବ ଚେନ୍ନାଇ ସୁପର କିଙ୍ଗ୍ସ

By

Published : Oct 4, 2021, 7:16 PM IST

Updated : Oct 4, 2021, 7:31 PM IST

ଦୁବାଇ:ଆଇପିଏଲ ୨୦୨୧ର ୫୦ତମ ମ୍ୟାଚ୍‌ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପଟେନ ଋଷଭ ପନ୍ତ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି ଓ ଚେନ୍ନାଇ ସୁପର କିଙ୍ଗ୍ସକୁ ବ୍ୟାଟିଂ ଆମନ୍ତ୍ରଣ କରିଛନ୍ତି ।

ଚୁଡାନ୍ତ ଏକାଦଶରୁ ଦିଲ୍ଲୀ କ୍ୟାପିଟାଲ୍ସ ଷ୍ଟିଭେନ ସ୍ମିଥଙ୍କ ସ୍ଥାନରେ ରିପଲ ପଟେଲଙ୍କୁ ଡେବ୍ୟୁ କରିବାକୁ ସୁଯୋଗ ଦେଇଛି । ଅନ୍ୟପଟେ ଚେନ୍ନାଇ ଚୁଡାନ୍ତ ଏକାଦଶକୁ ଫେରିଛନ୍ତି ଦୀପକ ଚହର ଓ ଡିଜେ ବ୍ରାଭୋ । ସୁରେଶ ରାଇନାଙ୍କ ସ୍ଥାନରେ ରବିନ ଉଥାପ୍ପା ଓ ଆସିଫଙ୍କ ସ୍ଥାନ ନେଇଛନ୍ତି ଚହର । ସାମ କରନଙ୍କ ସ୍ଥାନରେ ବ୍ରାଭୋଙ୍କୁ ସ୍ଥାନ ମିଳିଛି ।

ଚୁଡାନ୍ତ ଏକାଦଶ:

ଚେନ୍ନାଇ ସୁପର କିଙ୍ଗ୍ସ: ଫାଫ୍‌ ଡୁପ୍ଲେସିସ, ଋତୁରାଜ ଗାଏକ୍ବାଡ, ମୋଇନ ଅଲୀ, ଅମ୍ବାତି ରାୟୁଡୁ, ରବିନ ଉଥାପ୍ପା, ମହେନ୍ଦ୍ର ସିଂହ ଧୋନି(କ୍ୟାପଟେନ), ରବିନ୍ଦ୍ର ଜାଡେଜା, ଡିଜେ ବ୍ରାଭୋ, ଶାର୍ଦ୍ଦୁଳ ଠାକୁର, ଦୀପକ ଚହର, ଜସ ହେଜେଲଉଡ୍‌ ।

ଦିଲ୍ଲୀ କ୍ୟାପିଟାଲ୍ସ: ଶିଖର ଧାୱନ, ପୃଥ୍ବୀ ଶ, ଶ୍ରେୟସ ଆୟର, ଋଷଭ ପନ୍ତ(କ୍ୟାପଟେନ), ଆର ପଟେଲ, ସିମ୍ରନ ହେଟମେଟର, ଏ ପଟେଲ, ରବିଚନ୍ଦ୍ରନ ଅଶ୍ବିନ, କାଗିସୋ ରବାଡା, ଏ ଖାନ୍‌, ଆନରିଚ ନର୍କିଆ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 4, 2021, 7:31 PM IST

ABOUT THE AUTHOR

...view details