ଓଡିଶା

odisha

ETV Bharat / sports

ଆଇପିଏଲ 2021: ଦୁଇ କିଙ୍ଗ୍ସ ମୁହାଁମୁହିଁ, ଟସ‌ ଜିତିଲା ସୁପର କିଙ୍ଗ୍ସ - IPl 2021 match 8

ସିଏସକେ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ ।

IPL 2021: CSK won the toss elect to bowl vs PBKS
ଆଇପିଏଲ 2021: ଦୁଇ କିଙ୍ଗ୍ସ ମୁହାଁମୁହିଁ, ସୁପର କିଙ୍ଗ୍ସ ଟସ୍‌ ବିଜୟୀ

By

Published : Apr 16, 2021, 7:21 PM IST

Updated : Apr 16, 2021, 7:27 PM IST

ମୁମ୍ବାଇ: ଆଇପିଏଲ ମହାସମରରେ ଦେଖିବାକୁ ମିଳିବ ଦୁଇ କିଙ୍ଗ୍ସ ମଧ୍ୟରେ ଲଢେଇ । ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ଓ କେଏଲ ରାହୁଲଙ୍କ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା । ପ୍ରଥମ ମ୍ୟାଚରେ ପରାଜୟ ପରେ ବିଜୟ ଲକ୍ଷ୍ୟରେ ସିଏସକେ ରହିଥିବାବେଳେ ପ୍ରଥମ ମ୍ୟାଚରେ ରାଜସ୍ଥାନକୁ ହରାଇଥିବା ପଞ୍ଜାବ, ବିଜୟଧାରା ବଜାୟ ଲକ୍ଷ୍ୟରେ ରହିବ ।

ଟସ ଜିତି ସିଏସକେ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ ।

ଚୁଡାନ୍ତ ଏକାଦଶ:

ପଞ୍ଜାବ କିଙ୍ଗ୍ସ: କେଏଲ ରାହୁଲ(କ୍ୟାପଟେନ/ ୱିକେଟ କିପର), ମୟଙ୍କ ଅଗ୍ରୱାଲ, କ୍ରିସ୍‌ ଗେଲ୍‌, ଦୀପକ ହୁଡ୍ଡା, ନିକୋଲାସ ପୁରୋନ, ଶାହାରୁଖ ଖାନ, ଜୋ ରିଚାର୍ଡସନ, ମୁରୁଗାଁ ଅଶ୍ବିନ, ରିଲେ ମେରେଡିଥ, ମହମ୍ମଦ ସାମି, ଅର୍ଶଦୀପ ସିଂହ ।

ଚେନ୍ନାଇ ସୁପର କିଙ୍ଗ୍ସ: ଋତୁରାଜ ଗାଏକ୍ବାଡ, ସୁରେଶ ରାଇନା, ମୋଇନ ଅଲୀ, ଅମ୍ବାତି ରାୟୁଡୁ, ମହେନ୍ଦ୍ର ସିଂହ ଧୋନି(କ୍ୟାପଟେନ/ ୱିକେଟକିପର), ରବିନ୍ଦ୍ର ଜାଡେଜା, ସାମ କରନ, ଡ୍ବାଇନ ବ୍ରାଭୋ, ଶାର୍ଦ୍ଦୁଳ ଠାକୁର, ଦୀପକ ଚହର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 16, 2021, 7:27 PM IST

ABOUT THE AUTHOR

...view details