ମୁମ୍ବାଇ:ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର ଦ୍ବାଦଶ ମୁକାବିଲା ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ରହିଛି । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲେ ରାଜସ୍ଥାନ ରୟାଲ୍ସ କ୍ୟାପଟେନ ସଞ୍ଜୁ ସାମସନ । ଫଳରେ ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ ସୁପର କିଙ୍ଗ୍ସ ।
ୱାଙ୍ଖଡେ ଷ୍ଟାଡିୟମରେ ଏଯାବତ ଖେଳାଯାଇଥିବା ମ୍ୟାଚରେ ପାୱରପ୍ଲେ ମଧ୍ୟରେ 16ଟି ୱିକେଟର ପତ୍ତନ ହୋଇଛି । ଏହାମଧ୍ୟରୁ 15ଟି ଦ୍ରୁତ ବୋଲର ଅକ୍ତିଆର କରିଛନ୍ତି । ଫଳରେ ସିଏସକେର ଦୀପକ ଚହର ଓ ରାଜସ୍ଥାନର ଜୟଦେବ ଉନତକତଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ଦ୍ବିତୀୟ ବ୍ୟାଟିଂ କରିବା ସହ ଲକ୍ଷ୍ୟ ପିଛା କରିବା ମଧ୍ୟ ମୁମ୍ବାଇରେ ସହଜ ହେଉଥିବା ସମୀକରଣ କରିଛି । ତେବେ ରାଜସ୍ଥାନ ବିପକ୍ଷରେ ଚେନ୍ନାଇର ବିଜୟ ରେକର୍ଡ ବେଶ ଭଲ ରହିଛି । ଚେନ୍ନାଇ 14ଟିରେ ବିଜୟୀ ହୋଇଥିବାବେଳେ ରୟାଲ୍ସକୁ 9ଟିରେ ବିଜୟ ମିଳିଛି । ତେବେ ୟୁଏଇରେ ଖେଳାଯାଇଥିବା ଗତ ସଂସ୍କରଣର ଆଇପିଏଲରେ ଦୁଇଟି ଯାକ ମ୍ୟାଚ ରାଜସ୍ଥାନଠାରୁ ହାରିଥିଲା ଧୋନି ବାହିନୀ ।
ଚୂଡାନ୍ତ ଏକାଦଶ: