ଚେନ୍ନାଇ:ଆଇପିଏଲର ତ୍ରୟୋଦଶ ମ୍ୟାଚ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି । ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ତେବେ ପରେ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା ମୁମ୍ବାଇ । ଚେନ୍ନାଇର ସ୍ପିନ ଅନୂକୂଳ ପିଚ୍ରେ ଦିଲ୍ଲୀର ଅଭିଜ୍ଞ ସ୍ପିନର ଅମିତ ମିଶ୍ରଙ୍କୁ ଖେଳାଇବା ରଣନୀତି ଉପଯୋଗୀ ସାବ୍ୟସ୍ତ ହୋଇଥିଲା ।
ରୋହିତ ଶର୍ମା, ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା ଓ କିରଣ ପୋଲାର୍ଡଙ୍କ ଭଳି ମୁମ୍ବାଇ କ୍ୟାମ୍ପର ପ୍ରମୁଖ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରି ବିପର୍ଯ୍ୟୟ ଘଟାଇଥିଲେ ମିଶ୍ର । 4 ଓଭରରେ 24 ରନର ବ୍ୟୟ କରି ମିଶ୍ର, 4ଟି ୱିକେଟ ହାତେଇଛନ୍ତି।