ଓଡିଶା

odisha

ETV Bharat / sports

ମହିଳା ଟି-20 ଚ୍ୟାଲେଞ୍ଜ ଫାଇନାଲ: ସୁପରନୋଭାସକୁ ହରାଇ ପ୍ରଥମ ଥର ଚାମ୍ପିଅନ ହେଲା ଟ୍ରେଲବ୍ଳେଜର୍ସ - ମହିଳା ଟି-20 ଚ୍ୟାଲେଞ୍ଜ ଫାଇନାଲ

ମହିଳା ଟି-20 ଚ୍ୟାଲେଞ୍ଜ ଟୁର୍ଣ୍ଣାମେଣ୍ଟ ଫାଇନାଲ ବିଜେତା ହେଲା ସ୍ମୃତି ମାନ୍ଧାନାଙ୍କ ନେତୃତ୍ବାଧୀନ ଟ୍ରେଲବ୍ଳେଜର୍ସ । ସୁପରନୋଭାସକୁ 16 ରନରେ ପରାସ୍ତ କରି ଟ୍ରେଲବ୍ଳେଜର୍ସ ଚାମ୍ପିଅନ ହୋଇଛି । ଅଧିକ ପଢନ୍ତୁ...

Women's T20 Challenge Final
ସୁପରନୋଭାସକୁ ହରାଇ ପ୍ରଥମ ଥର ଚାମ୍ପିଅନ ହେଲା ଟ୍ରେଲବ୍ଳେଜର୍ସ

By

Published : Nov 10, 2020, 3:30 AM IST

ଆବୁଧାବି: ମହିଳା ଟି-20 ଚ୍ୟାଲେଞ୍ଜ ଟୁର୍ଣ୍ଣାମେଣ୍ଟ ଫାଇନାଲ ମୁକାବିଲାରେ ଟ୍ରେଲବ୍ଳେଜର୍ସ ଚମତ୍କାର ପ୍ରଦର୍ଶନ ବଳରେ ନିଜ ଦମରେ 16 ରନରେ ସୁପରନୋଭାସକୁ ପରାସ୍ତ କରି ଚାମ୍ପିଅନ ହୋଇଛି । ପ୍ରଥମ ଥର ପାଇଁ ସ୍ମୃତି ମାନ୍ଧାନାଙ୍କ ନେତୃତ୍ବାଧୀନ ଟ୍ରେଲବ୍ଳେଜର୍ସ ମହିଳା ଟି-20 ଚ୍ୟାଲେଞ୍ଜ ଟାଇଟଲ ବିଜେତା ହୋଇଛି ।

ଟ୍ରେଲବ୍ଳେଜର୍ସର 118 ରନକୁ ଚେଜ କରି ସୁପରନୋଭାସ ନିର୍ଧାରିତ 20 ଓଭରରେ 7 ୱିକେଟ 102 ରନ କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ଗତ ମ୍ୟାଚର ଅର୍ଧଶତକ ହାସଲକାରୀ ଓପନର ଚାମରୀ ଆଟ୍ଟାପଟୁ ମାତ୍ର 6 ରନ କରି ଆଉଟ ହୋଇଥିଲେ । ସେହିପରି ଅନ୍ୟ କୌଣସି ବ୍ୟାଟସଓମେନ ରନ କରିବାକୁ ସକ୍ଷମ ହୋଇନଥିଲେ । ଶଶିକଳା ସିରିୱର୍ଧନେ 16 ରନ କରିଥିଲେ ଏବଂ ଦଳ ପକ୍ଷରୁ କ୍ୟାପଟେନ ହରମନପ୍ରୀତ କୌର ସର୍ବାଧିକ 30 ରନ କରିଥିଲେ । ଟ୍ରେଲବ୍ଳେଜର୍ସ ପକ୍ଷରୁ ଚମତ୍କାର ବୋଲିଂ କରି ସଲମା ଖାତୁନ 3 ଟି ୱିକେଟ ନେଇଥିବା ବେଳେ ଦୀପ୍ତି ଶର୍ମା 2 ଓ ସୋଫିଆ ଇକ୍ଲିଷ୍ଟୋନ 1 ୱିକେଟ ନେଇଥିଲେ ।

ସାରଜା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ଫାଇନାଲ ମ୍ୟାଚରେ ସୁପରନୋଭାସ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବ୍ୟାଟିଂ ଆମନ୍ତ୍ରଣ ପାଇ ଟ୍ରେଲବ୍ଳେଜର୍ସ ପକ୍ଷରୁ କ୍ୟାପଟେନ ତଥା ଓପନର ସ୍ମୃତି ମାନ୍ଧାନା ସର୍ବାଧିକ 68, ଦିନ୍ଦ୍ରା ଦତିନ 20, ରିଚା ଘୋଷ 10, ଦିପ୍ତୀ ଶର୍ମା 9, ହର୍ଲିନ ଦେଓଲ 4, ସୋଫି ଏଲକେଷ୍ଟୋନ 1, ଝୁଲଣ ଗୋସ୍ବାମୀ 1ରନ୍‌ ସଂଗ୍ରହ କରିଥିଲେ । ସୁପରନୋଭାସ ପକ୍ଷରୁ ବୋଲିଂରେ ରାଧା ଯାଦବ ସର୍ବାଧିକ 5 ୱିକେଟ ହାସଲ କରିଥିଲେ । ସେହିପରି ପୁନମ ଯାଦବ 1, ଶଶିକଳା ଶିରିୱାର୍ଦନେ 1ଟି ଓ୍ବିକେଟ ଅକ୍ତିଆର କରିଥିଲେ ।

ସୁପରନୋଭାସକୁ ହରାଇ ପ୍ରଥମ ଥର ଚାମ୍ପିଅନ ହେଲା ଟ୍ରେଲବ୍ଳେଜର୍ସ

ଫାଇନାଲ ମ୍ୟାଚରେ ଦମଦାର ମ୍ୟାଚ ବିଜୟୀ 68 ରନର ଇନିଂସ ଖେଳିଥିବା ସ୍ମୃତି ମାନ୍ଧାନାଙ୍କୁ ପ୍ଲେୟର ଅଫ ଦି ମ୍ୟାଚ ପୁରସ୍କାର ଘୋଷଣା କରାଯାଇଛି । ସେହିପରି ସୁପରନୋଭାସର ପକ୍ଷରୁ ମ୍ୟାଚରେ 5 ୱିକେଟ ନେଇଥିବା ରଧା ଯାଦବଙ୍କୁ ଡ୍ରିମ 11 ଗେମ ଚେଞ୍ଜର ଅଫ ଦି ଫାଇନାଲ ପୁରସ୍କାର ପ୍ରଦାନ କରାଯାଇଛି ।

ବ୍ୟୁରୋ ରିିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details