ଓଡିଶା

odisha

ମହିଳା ଟି -20 ଚ୍ୟାଲେଞ୍ଜ: ବିଜୟ ପାଇଁ ଟ୍ରେଲବ୍ଲେଜର୍ସ ଆଗରେ 147 ରନ ଲକ୍ଷ୍ୟ

By

Published : Nov 7, 2020, 9:29 PM IST

ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ ହରାଇ 146ରନ କରିଛି ଦଳ । ଫଳରେ ବିପକ୍ଷ ଟ୍ରେଲବ୍ଲେଜର୍ସ ଆଗରେ 147ରନ ଲକ୍ଷ୍ୟ ରହିଛି । ତେବେ ଦୁଇଟି ମ୍ୟାଚ ହାରି ସାରିଥିବା ସୁପରନୋଭାସ ପାଇଁ ଏହା ଡୁ-ଅର-ଡାଇ ମ୍ୟାଚ ହୋଇଛି ।

ମହିଳା ଟି -20 ଚ୍ୟାଲେଞ୍ଜ
ମହିଳା ଟି -20 ଚ୍ୟାଲେଞ୍ଜ

ଶାରଜା: ଆଜି ମହିଳା ଟି -20 ଚ୍ୟାଲେଞ୍ଜ ଟୁର୍ଣ୍ଣାମେଣ୍ଟର ଶେଷ ଲିଗ ମ୍ୟାଚ । ଆଜି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିଛି ହରମନପ୍ରୀତ କୌରଙ୍କ ସୁପରନୋଭାସ ଦଳ । ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ ହରାଇ 146ରନ କରିଛି ଦଳ । ଫଳରେ ବିପକ୍ଷ ଟ୍ରେଲବ୍ଲେଜର୍ସ ଆଗରେ 147ରନ ଲକ୍ଷ୍ୟ ରହିଛି । ତେବେ ଦୁଇଟି ମ୍ୟାଚ ହାରି ସାରିଥିବା ସୁପର ନୋଭାସ ପାଇଁ ଏହା ଡୁ-ଅର-ଡାଇ ମ୍ୟାଚ ହୋଇଛି ।

ତେବେ ଅଧିନାୟିକା ହରମନପ୍ରୀତ କୌରଙ୍କ ନିଷ୍ପତିକୁ ସଠିକ୍‌ ପ୍ରମାଣିତ କରିଥିଲେ ଦଳୀୟ ମହିଳା ବ୍ୟାଟ୍ସମ୍ୟାନ । ପ୍ରଥମ ୱିକେଟ ଯୋଡିରେ 89ରନ ଯୋଡିଥିଲେ ଦଳର ଦୁଇ ଓପନର ପ୍ରିୟା ପୁନିଆ ଓ ଚାମାରି ଅଟାପାଟ୍ଟୁ । ପରେ ଅଧିନାୟିକା ମଧ୍ୟ ଦମଦାର 31ରନ ପାଳି ଖେଳିଥିଲେ । ଦଳ ପକ୍ଷରୁ ସର୍ବାଧିକ ଚାମାରି ଅଟାପାଟ୍ଟୁ 48 ବଲରୁ 67ରନର ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି ।

ସେପଟେ ଟ୍ରେଲବ୍ଲେଜର୍ସ ପକ୍ଷରୁ ଝୁଲଣ ଗୋସ୍ବାମୀ, ସଲମା ଖଟୁନ ଓ ହାର୍ଲିନ ଦିଓଲ ଗୋଟିଏଁ ଲେଖାଏଁ ୱିକେଟ ନେଇଛନ୍ତି ।

ABOUT THE AUTHOR

...view details