ଓଡିଶା

odisha

ETV Bharat / sports

କ୍ରିକେଟରୁ ଅଧିକ ସମୟ ଦୂରେଇବା ଯୋଗୁଁ ଷ୍ଟେନଙ୍କ ପ୍ରଦର୍ଶନରେ ପ୍ରଭାବ ପଡ଼ିଛି: ଫାନି ଡି ଭିଲିୟର୍ସ - Dale Steyn performance

ବର୍ତ୍ତମାନ ସୁଦ୍ଧା ଆଇପିଏଲରେ ଡେଲ ଷ୍ଟେନ ସେତେଟା ଭଲ ପ୍ରଦର୍ଶନ କରିନାହାନ୍ତି। କ୍ରିକେଟରୁ ଅଧିକ ସମୟର ଦୂରେଇ ରହିବା ଏହାର ମୁଖ୍ୟ କାରଣ ବୋଲି ସାଉଥ ଆଫ୍ରିକାର ପୂର୍ବତନ ଫାଷ୍ଟ ବୋଲର ଫାନି ଡି ଭିଲିୟର୍ସ କହିଛନ୍ତି । ଅଧିକ ପଢ଼ନ୍ତୁ...

କ୍ରିକେଟରୁ ଅଧିକ ସମୟ ଦୂରେଇବା ଯୋଗୁଁ ଷ୍ଟେନଙ୍କ ପ୍ରଦର୍ଶନରେ ପ୍ରଭାବ ପଡ଼ିଛି: ଫାନି ଡି ଭିଲିୟର୍ସ
କ୍ରିକେଟରୁ ଅଧିକ ସମୟ ଦୂରେଇବା ଯୋଗୁଁ ଷ୍ଟେନଙ୍କ ପ୍ରଦର୍ଶନରେ ପ୍ରଭାବ ପଡ଼ିଛି: ଫାନି ଡି ଭିଲିୟର୍ସ

By

Published : Oct 29, 2020, 9:48 PM IST

ନୂଆଦିଲ୍ଲୀ: ଆଇପିଏଲ 2020ରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋରର ସ୍ପିଡ୍ ଷ୍ଟାର ଡେଲ ଷ୍ଟେନଙ୍କ ପ୍ରଦର୍ଶନ ଏତେଟା ଭଲ ନାହିଁ। ଷ୍ଟେନ ବର୍ତ୍ତମାନ ସୁଦ୍ଧା 3ଟି ଆଇପିଏଲ ମ୍ୟାଚ ଖେଳିଥିବାବେଳେ ମାତ୍ର ଗୋଟିଏ ୱିକେଟ ନେଇଛନ୍ତି । ଏହାସହ ଓଭର ପିଛା 11.40 ହାରରେ ରନ ଖର୍ଚ୍ଚ କରିଛନ୍ତି । ଷ୍ଟେନଙ୍କ ଖରାପ ପ୍ରଦର୍ଶନର କାରଣ କୋରୋନା ଭାଇରସ ସଂକ୍ରମଣ ବୋଲି କହିଛନ୍ତି ସାଉଥ ଆଫ୍ରିକା ପୂର୍ବତନ ଦ୍ରୁତ ବୋଲର ଫାନି ଡି ଭିଲିୟର୍ସ ।

କ୍ରିକେଟରୁ ଅଧିକ ସମୟ ଦୂରେଇବା ଯୋଗୁଁ ଷ୍ଟେନଙ୍କ ପ୍ରଦର୍ଶନରେ ପ୍ରଭାବ ପଡ଼ିଛି: ଫାନି ଡି ଭିଲିୟର୍ସ

କୋରୋନା ସଂକ୍ରମଣ ଯୋଗୁଁ ସାଉଥ ଆଫ୍ରିକାରେ ମଧ୍ୟ କୋଭିଡ କଟକଣା ଜାରି ହୋଇଥିଲା। ଫଳରେ କୌଣସି ଖେଳାଳିଙ୍କ ପାଇଁ ଅଭ୍ୟାସ କରିବା ଅସମ୍ଭବ ହୋଇ ପଡ଼ିଥିଲା। ଏକ ସାକ୍ଷାତକାରରେ ଫାନି ଡି ଭିଲିୟର୍ସ କହିଛନ୍ତି ଯେ, "ଡେଲ ଷ୍ଟେନ ଜଣେ ଭଲ ବୋଲର। ତେବେ ଚଳିତ ଆଇପିଏଲରେ ସେ ଭଲ ପ୍ରଦର୍ଶନ କରି ପାରିନାହାଁନ୍ତି । ଷ୍ଟେନଙ୍କ ବୋଲିଂରେ ସେହି ନିରନ୍ତରତା ଦେଖିବାକୁ ମିଳିଛି । ବୋଲିଂରେ ସେହିଭଳି ବିଭିନ୍ନତା ଦେଖିବାକୁ ମିଳିନାହିଁ। ଏହାର କାରଣ ହେଉଛି ଅଧିକ ସମୟ ଧରି କ୍ରିକେଟଠାରୁ ଦୂରେଇ ରହିବା । କୋରୋନା କଟକଣା ଯୋଗୁଁ ସାଉଥ ଆଫ୍ରିକାରେ ଅଭ୍ୟାସ କରିବା ଅସମ୍ଭବ ହୋଇ ପଡ଼ିଥିଲା। ଏଥିପାଇଁ ଷ୍ଟେନଙ୍କ ପ୍ରଦର୍ଶନ ଅବନ୍ନତି ଦେଖିବାକୁ ମିଳିଛି ।"

କ୍ରିକେଟରୁ ଅଧିକ ସମୟ ଦୂରେଇବା ଯୋଗୁଁ ଷ୍ଟେନଙ୍କ ପ୍ରଦର୍ଶନରେ ପ୍ରଭାବ ପଡ଼ିଛି: ଫାନି ଡି ଭିଲିୟର୍ସ

ତେବେ ସାଉଥ ଆଫ୍ରିକାର ଅନ୍ୟତମ ଯୁବ ଦ୍ରୁତ ବୋଲର କାଗିସୋ ରାବାଡା ଓ ଅନ୍ରିଚ ନର୍ଟେଜ ନିଜ ନିଜ ଦଳ ପାଇଁ ଟ୍ରମକାର୍ଡ ସାବ୍ୟସ୍ତ ହୋଇଛନ୍ତି। ଏନେଇ ଫାନି ଡି ଭିଲିୟର୍ସ କହିଛନ୍ତି ଯେ, "ଡେଲ ଷ୍ଟେନ ବର୍ତ୍ତମାନ ନିଜ ଯୁବାବସ୍ଥାରେ ନାହାଁନ୍ତି । ଷ୍ଟେନଙ୍କୁ 37 ବର୍ଷ ବୟସ ହେଲାଣି। ଏହାସହ ବର୍ତ୍ତମାନ ସେ ଆହତଜନିତ ସମସ୍ୟାରୁ ଫେରିଛନ୍ତି। ଏହା ମଧ୍ୟ ତାଙ୍କ ପ୍ରଦର୍ଶନ ଉପରେ ପ୍ରଭାବ ପକାଉଛି। ନିହାତି ଭାବରେ ରାବାଡା ଓ ନର୍ଟେଜଙ୍କ ପ୍ରଦର୍ଶନ ପ୍ରଶଂସା ଯୋଗ୍ୟ। ତେବେ ଷ୍ଟେନଙ୍କୁ ଯୁବ ବୋଲରଙ୍କ ସହ ତୁଳନା କରିବା ଠିକ ନୁହେଁ। ଏହି ସମୟରେ ନିଜକୁ ଫିଟ ରଖିବା ବହୁତ କଷ୍ଟକର ହୋଇଥାଏ।"

90 ଦଶକର ଫାନି ଡି ଭିଲିୟର୍ସ ସାଉଥ ଆଫ୍ରିକା ପାଇଁ ଖେଳ ଆରମ୍ଭ କରିଥିଲେ। ନିଜ କ୍ୟାରିୟରରେ ସେ 18ଟି ଟେଷ୍ଟ ମ୍ୟାଚ, 83ଟି ଦିନିକିଆ ମ୍ୟାଚ ଖେଳିଛନ୍ତି। ଏହାସହ ଦିନିକିଆ ମ୍ୟାଚରେ 95ଟି ୱିକେଟ ନେଇଥିବାବେଳେ ଟେଷ୍ଟ ମ୍ୟାଚରେ 85ଟି ୱିକେଟ ନେଇଛନ୍ତି। ବର୍ତ୍ତମାନ ସେ ସାଉଥ ଆଫ୍ରିକା ପାଇଁ କମେଣ୍ଟ୍ରି କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details