ହାଇଦ୍ରାବାଦ:ଆଇପିଏଲରେ ପ୍ରଥମ ଥର ପାଇଁ ବ୍ୟାଟ୍ସମ୍ୟାନ୍ ରାହୁଲ ତ୍ରିପାଠୀ କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଓପନିଂ କରିଥିଲେ । ତାଙ୍କର ବଡ ଇନିଂସ ଯୋଗୁଁ 10 ରନ୍ ମ୍ୟାଚ ଜିତିଥିଲେ କେକେଆର । ବୁଧବାର ଆବୁଧାବିରେ ଖେଳାଯାଇଥିବା ମ୍ୟାଚରେ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ହୋଇଛନ୍ତି ରାହୁଲ ତ୍ରିପାଠୀ । ସେ 51 ବଲରୁ 81 ସ୍କୋର କରିଥିଲେ । ଯେଉଁଥିରେ ସେ 8ଟି ଚୌକା ଓ 3ଟି ଛକା ମାରିଥିଲେ ।
ତାଙ୍କ ଇନିଂସ ଯୋଗୁଁ କେକେଆର୍ 167 ସ୍କୋର କରି ଏହି ମ୍ୟାଚ୍ ଜିତିଥିଲେ । 29 ବର୍ଷୀୟ ରାହୁଲଙ୍କ ପ୍ରଂସାରେ କେକେଆର ମାଲିକ ତଥା ବଲିଉଡ ଅଭିନେତା ଶାହରୁଖ ଖାନ ତାଙ୍କର ପ୍ରସିଦ୍ଧ ସଂଳାପ ‘ରାହୁଲ.. ନାମ ତୋ ଶୁନା ହୋଗା’କୁ ପୁରସ୍କାର ବିତରଣ ଉତ୍ସବରେ ଚିଲାଇ କହିଥିଲେ ।