ଶାରଜା: ଏଠାରେ ଖେଳଯାଉଥିବା ଆଇପିଏଲର 41ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଟସ ଜିତି ପ୍ରଥମେ ଚେନ୍ନାଇ ସୁପରକିଙ୍ଗସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି । ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଏହା କର ବା ମର ମ୍ୟାଚ । 10 ଟି ମ୍ୟାଚରୁ 3ଟି ମ୍ୟାଚ ଜିତି ପଏଣ୍ଟ ତାଲିକାର ସର୍ବନିମ୍ନରେ ରହିଛି ଚେନ୍ନାଇ ।
ଚେନ୍ନାଇ ଆଜି ଦଳରେ 3ଟି ପରିବର୍ତ୍ତନ କରିଛି । କେଦାର ଯାଦବ, ଶେନ ୱାଟସନ ଓ ପିୟୁସ ଚାୱଲାଙ୍କ ବଦଳରେ ଜୋଶ ହେଜେଲଉଡ, ଇମ୍ରାନ ତାହିର ଓ ଏନ ଜଗଦିଶନଙ୍କୁ ଦଳରେ ସ୍ଥାନ ମିଳିଛି।
ସେହିଭଳି ମୁମ୍ବାଇ ଇଣ୍ଡିଆନ୍ସରେ ରୋହିତ ଶର୍ମାଙ୍କ ବଦଳରେ ସୌରଭ ତୀୱାରୀଙ୍କୁ ଦଳରେ ସ୍ଥାନ ଦିଆଯାଇଛି ।