ହାଇଦ୍ରାବାଦ: ଆଜିଠୁ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଇଣ୍ଡିଆନ ପ୍ରିମିୟର ଲିଗ ‘ଆଇପିଏଲ’ର 13ତମ ସଂସ୍କରଣ । ଆଜି ଉଦଘାଟନୀ ମ୍ୟାଚରେ ହେବ ମୁମ୍ବାଇ-ଚେନ୍ନାଇ ଲଢେଇ । ତେବେ ଆଜିର ମ୍ୟାଚକୁ ନେଇ ଦେଖନ୍ତୁ ଆମର ସ୍ପେଶାଲ ରିପୋର୍ଟ- ଆଇପିଏଲ ସମର ।
ଆଉ କିଛି ସମୟର ଅପେକ୍ଷା । ଆରମ୍ଭ ହେବାକୁ ଯାଉଛି ଭାରତୀୟ କ୍ରିକେଟର ବିତ୍ତଶାଳୀ ଲିଗର ଯାତ୍ରା । କୋରୋନା ମହାମାରୀ ପାଇଁ ଚଳିତଥର ଆଇପିଏଲ ବିଦେଶ ମାଟିରେ ଖେଳାଯାଉଛି । ୟୁଏଇରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ଧନୀ ଲିଗର ଆଜି ଖେଳାଯିବ ଉଦଘାଟନୀ ମ୍ୟାଚ । ଲିଗର ଦୁଇ ଲୋକପ୍ରିୟ ଦଳ ଚେନ୍ନାଇ ମୁମ୍ବାଇ ମଧ୍ୟରେ ଲଢେଇ, ଧୋନି ବନାମ ରୋହିତ ଲଢେଇ । ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସକୁ ଦୁବାଇର ଶେଖ ଜାୟଦ ଷ୍ଟାଡିୟମରେ ଭେଟିବ ଚେନ୍ନାଇ ଥାଲାଙ୍କ ଚେନ୍ନାଇ ସୁପରକିଙ୍ଗ । ଭାରତୀୟ ସମୟ ସଂଧ୍ୟା 7.30ରୁ ଆରମ୍ଭ ହେବ ମ୍ୟାଚ ।
ତେବେ ନିଜର ପକାନ୍ତୁ କଣ କଣ ରହିଛି ମ୍ୟାଚର ଗୁରୁତ୍ବପୂର୍ଣ୍ଣ ତଥ୍ୟ । କୋରୋନା କଟକଣା ମଧ୍ୟରେ ଖେଳାଯିବ ମ୍ୟାଚ୍ । ପଡିଆରେ ରହିବେ ନାହିଁ ଦର୍ଶକ । ନାଚିବେ ନାହିଁ ଚିୟର୍ସଲିଡର୍ସ । ଭର୍ଚୁଆଲ ମାଧ୍ୟମରେ ହେବ କମେଣ୍ଟ୍ରୀ ।