ଦୁବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ 3000 ରନ୍ ପୂରଣ କରି ରବିବାର ଦିନ ସନରାଇଜର୍ସ ହାଇଦ୍ରାବାଦ ବ୍ୟାଟ୍ସମ୍ୟାନ୍ ମନୀଷ ପାଣ୍ଡେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି ।
ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ପାଣ୍ଡେ ଏହି ସଫଳତା ହାସଲ କରିଛନ୍ତି । ସେ ଏହି ସଫଳତା ପାଇବାରୁ 9 ରନ୍ ଦୂରରେ ଥିଲେ । ସେ 3ଟି ଛକା ଓ ଦୁଇଟି ଚୌକା ସହିତ 54ରନର ପାଳି ଖେଳିଛନ୍ତି । ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ଆଇପିଏଲ୍ ଇତିହାସରେ 16 ତମ ଖେଳାଳି ଭାବେ ଟୁର୍ଣ୍ଣାମେଣ୍ଟରେ 3000 ରନ୍ ସଂଗ୍ରହ କରିଛନ୍ତି ।