ଆବୁଧାବି: ଚଳିତ ଆଇପିଏଲ ସଂସ୍କରଣର ପ୍ରଥମ ଦଳ ଭାବେ ହାଇଦ୍ରାବାଦ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି । ପୂର୍ବରୁ ପ୍ରଥମ ମ୍ୟାଚରେ ଆରସିବିଠାରୁ ପରାସ୍ତ ହୋଇଥିବା ୱାର୍ଣ୍ଣରଙ୍କ ହାଇଦ୍ରାବାଦ ଦଳ ଆଜି ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ଭେଟୁଛି ।
KKR vs SRH: ପ୍ରଥମେ ବ୍ୟାଟିଂ କରିବ ସନରାଇଜର୍ସ ହାଇଦ୍ରାବାଦ - ଆଇପିଏଲ 2020
ଚଳିତ ଆଇପିଏଲ ସଂସ୍କରଣର ପ୍ରଥମ ଦଳ ଭାବେ ହାଇଦ୍ରାବାଦ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ।

KKR vs SRH: ପ୍ରଥମେ ବ୍ୟାଟିଂ କରିବ ସନରାଇଜର୍ସ ହାଇଦ୍ରାବାଦ
ତେବେ ଆଜି ମ୍ୟାଚ ପାଇଁ ହାଇଦ୍ରାବାଦ ଦଳରେ 3ଟି ପରିବର୍ତ୍ତନ ହୋଇଥିବା କହିଛନ୍ତି ଅଧିନାୟକ ୱାର୍ଣ୍ଣର । ଆହତ ମିଚେଲ ମାର୍ଶଙ୍କ ସ୍ଥାନରେ ଅଲରାଉଣ୍ଡର ମହମ୍ମଦ ନବି ଖେଳିବେ । ସେହିପରି ବିଜୟ ଶଙ୍କରଙ୍କ ସ୍ଥାନରେ ରିଦ୍ଧିମାନ ଶାହା ଓ ସନ୍ଦୀପ ଶର୍ମାଙ୍କ ସ୍ଥାନରେ ଏକାଦଶରେ ସ୍ଥାନ ପାଇଛନ୍ତି ଖଲିଲ ଅହମ୍ମଦ । ସେହିପରି କୋଲକାତା ଦଳରେ ମଧ୍ୟ ଦୁଇଟି ବଦଳି ହୋଇଛି ।
- କୋଲକାତା ନାଇଟ୍ ରାଇଡର୍ସ ଏକାଦଶ: ସୁନୀଲ ନାରିନ, ଶୁଭମନ ଗିଲ, ଦିନେଶ କାର୍ତ୍ତିକ, ନୀତିଶ ରାଣା, ଇୟନ ମୋର୍ଗାନ, ଆନ୍ଦ୍ରେ ରସେଲ, ପ୍ୟାଟ କୁମିନ୍ସ, କମଲେଶ ନାଗାର୍କୋଟି, ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ, ଶିବମ ମାଭି ।
- ସନରାଇଜର୍ସ ହାଇଦ୍ରାବାଦ ଏକାଦଶ:ଡେଭିଡ ୱାର୍ଣ୍ଣର, ଜନି ବେୟାରଷ୍ଟୋ, ମନୀଷ ପାଣ୍ଡେ, ପ୍ରିୟମ୍ ଗର୍ଗ, ମହମ୍ମଦ ନବୀ, ରିଦ୍ଧିମାନ ଶାହା, ଅଭିଷେକ ଶର୍ମା, ରସିଦ ଖାନ, ଭୁବନେଶ୍ୱର କୁମାର, ଖଲିଲ ଅହମ୍ମଦ, ଟି ନଟରାଜନ ।