ଶାରଜା: ଆଇପିଏଲ 2020ରେ ଶୁକ୍ରବାର ଖେଳାଯାଉଛି ଟୁର୍ଣ୍ଣାମେଣ୍ଟର 23ତମ ମ୍ୟାଚ । ଷ୍ଟିଭ ସ୍ମିଥଙ୍କ ରାଜସ୍ଥାନ ରୟାଲ୍ସକୁ ଓ ଶ୍ରେୟସ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହେଉଛି ମୁକାବିଲା । ଶାରଜାହ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି ଏହି ମ୍ୟାଚ ।
ଟସ ଜିତି ରାଜସ୍ଥାନ ରୟାଲ୍ସ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ କ୍ୟାପିଟାଲ୍ସ ।
ଦୁବାଇ ଓ ଆବୁଧାବି ତୁଳନାରେ ଶାରଜାହ ଗ୍ରାଉଣ୍ଡ ଆକାରରେ ସାମାନ୍ୟ ଛୋଟ ହୋଇଥିବାରୁ ଆଜିର ମ୍ୟାଚରେ ପୁଣି ଏକ ହାଇସ୍କୋରିଂ ମ୍ୟାଚ ହେବା ନେଇ ଆଶା କରାଯାଉଛି ।