ଦୁବାଇ: ଶେଷ ହୋଇଛି ଇଣ୍ଡିଆନ ପ୍ରିମିୟର ଲିଗର 13ତମ ସଂସ୍କରଣ । କୋରୋନା ମହାମାରୀ ପାଇଁ ବିଦେଶ ମାଟି ଦୁବାଇରେ ଆୟୋଜିତ ହୋଇଥିବା ଆଇପିଏଲର ଫାଇନାଲ ମ୍ୟାଚ ଗତକାଲି (ମଙ୍ଗଳବାର) ଦୁବାଇ ଇଣ୍ଟନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଛି । ଯେଉଁଠି ପ୍ରଥମ ଥର ଫାଇନାଲ ଖେଳୁଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ 5ମ ଥର ପାଇଁ ଟାଇଟଲ ବିଜେତା ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ତେବେ ମୁମ୍ବାଇ ଏହି ବିଜୟରେ ଦଳକୁ ପ୍ରଶଂସାରେ ପୋତି ଦେଇଛନ୍ତି ପୂର୍ବତନ ଇଂଲଣ୍ଡ ଅଧିନାୟକ ତଥା ଆଇପିଏଲର ଭାଷ୍ୟକାର ମାଇକେଲ ଭନ । ଭନ କହିଛନ୍ତି, ଯଦି ଆପଣ ମୁମ୍ବାଇକୁ ବିଶ୍ବକପ-20 ଖେଳିବା ପାଇଁ ପଠାନ୍ତି । ସେଠାରେ ମଧ୍ୟ ସେମାନେ ବିଜୟୀ ହୋଇପାରିବେ ।
‘ମୁମ୍ବାଇ ଇଣ୍ଡିଆନ୍ସ ଟି-20 ବିଶ୍ବକପ ଖେଳିଲେ ବି ବିଜୟୀ ହେବ’
ଆଇପିଏଲ ଇତିହାସରେ ଦ୍ବିତୀୟ ଦଳ ଭାବେ ନିଜ ଟାଇଟଲ ବଜାୟ ରଖିଛି ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇ ଏହି ବିଜୟରେ ଦଳକୁ ପ୍ରଶଂସାରେ ପୋତି ଦେଇଛନ୍ତି ପୂର୍ବତନ ଇଂଲଣ୍ଡ ଅଧିନାୟକ ତଥା ଆଇପିଏଲର ଭାଷ୍ୟକାର ମାଇକେଲ ଭନ ।
ଆଇପିଏଲ ଇତିହାସରେ ଦ୍ବିତୀୟ ଦଳ ଭାବେ ନିଜ ଟାଇଟଲ ବଜାୟ ରଖିଛି ମୁମ୍ବାଇ ଇଣ୍ଡିଆନ୍ସ । ଏହି ଅବସରରେ ଆଇପିଏଲରେ ମୁମ୍ବାଇ ଦଳକୁ ଶ୍ରେଷ୍ଠ ଦଳ ଓ ଟୁର୍ଣ୍ଣାମେଣ୍ଟକୁ ଶ୍ରେଷ୍ଠ ଟୁର୍ଣ୍ଣାମେଣ୍ଟ ଭାବେ ପରିଗଣିତ କରିଛନ୍ତି ଏହି ପୂର୍ବତନ ଇଂଲଣ୍ଡ ଅଧିନାୟକ । ଭନ ଟ୍ବିଟ କରି ଲେଖିଛନ୍ତି, ‘‘ ମହାନ ଏହି ଆଇପିଏଲ ଟୁର୍ଣ୍ଣାମେଣ୍ଟ, ଦୁନିଆର ଶ୍ରେଷ୍ଠ ଦଳ ଏଠାରେ ବିଜୟ ହୁଏ । ଏହି ମହା ବିପତ୍ତି ସମୟରେ ଏପରି ଏକ ଅବିଶ୍ବସନୀୟ ଖେଳ ପ୍ରଦର୍ଶନ ପାଇଁ ସମସ୍ତ ଖେଳାଳିଙ୍କୁ ଏହାର ଶ୍ରେୟ ଯାଉଛି । ’’ ତେବେ ଭନ ଆଉ ଏକ ଟ୍ବିଟ କରି କହିଛନ୍ତି ‘‘ ମୋର ମାନିବା ଏହା ଯେ, ମୁମ୍ବାଇ ପଲଟଲ ଟି-20 ବିଶ୍ବକପ ମଧ୍ୟ ବିଜୀୟ ହୋଇପାରେ । ’’
ସୂଚନାଥାଉ କି, ଚଳିତ ସିଜିନକୁ ମିଶାଇ (2013,2015,2017 ଓ 2019)ରେ 5ଥର ପାଇଁ ଆଇପିଏଲ ଟ୍ରଫି ଉଠାଇଛି ମୁମ୍ବାଇ ଇଣ୍ଡିଆନ୍ସ । ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଦିଲ୍ଲୀ ତା’ର କ୍ୟାପଟେନ୍ ଶ୍ରେୟସ ଆୟର୍ ଓ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କ ଦମଦାର ବ୍ୟାଟିଂ ବଳରେ ୨୦ ଓଭରରେ ୬ ୱିକେଟ୍ ହରାଇ ୧୫୬ ରନ୍ କରିଥିଲା । ଏହାର ଜବାବରେ ମୁମ୍ବାଇ ୧୮.୪ ଓଭରରେ ୫ ୱିକେଟ୍ ହରାଇ ୧୫୭ ରନ୍ କରି ଏକତରଫା ବିଜୟ ହାସଲ କରିଛି । ମୁମ୍ବାଇ ପକ୍ଷରୁ କ୍ୟାପଟେନ୍ ରୋହିତ୍ ସର୍ବାଧିକ ୬୮ ( ୫ ଚୌକା, ୪ ଛକା) ରନ୍ କରିଥିଲେ ।