ଓଡିଶା

odisha

ETV Bharat / sports

ଶ୍ବଶୁରଙ୍କ ଉଦ୍ଦେଶ୍ଯରେ ଅର୍ଦ୍ଧଶତକୀୟ ଇଂନିସ ସମର୍ପିତ କଲେ ନୀତିଶ ରାଣା - Nitish Rana

କୋଲକାତା ନାଇଟ ରାଇଡର୍ସ ବ୍ୟାଟ୍ସମ୍ୟାନ ନୀତିଶ ରାଣା, ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ହାସଲ କରିଥିବା ଶତକୀୟ ଇଂନିସ(81)କୁ ନିଜ ଶ୍ବଶୁରଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ।

IPL 13: Nitish Rana dedicates half-century to his late father-in-law
ଶଶୁରଙ୍କ ଉଦ୍ଦେଶ୍ଯରେ ଅର୍ଦ୍ଧଶତକୀୟ ଇଂନିସ ସମର୍ପିତ କଲେ ନୀତିଶ ରାଣା

By

Published : Oct 24, 2020, 10:27 PM IST

ଆବୁଧାବି: କୋଲକାତା ନାଇଟ ରାଇଡର୍ସ ବ୍ୟାଟ୍ସମ୍ୟାନ ନୀତିଶ ରାଣା, ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ହାସଲ କରିଥିବା ଶତକୀୟ ଇଂନିସ(81)କୁ ନିଜ ଶ୍ବଶୁରଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ରାଣାଙ୍କ ଶ୍ବଶୁର ସୁରିନ୍ଦରଙ୍କର ଗତକାଲି ପରଲୋକ ହୋଇଥିଲା । ଶୈଖ ଜାଏଦ ଷ୍ଟାଡିୟମ ଆବୁଧାବରେ କେକେଆର ପକ୍ଷରୁ ମ୍ୟାଚ ବିଜୟୀ ଇଂନିସ ଖେଳିଛନ୍ତି ରାଣା ।

ନୀତିଶ ରାଣା

ରାଣା କେକେଆର ପକ୍ଷରୁ ଓପନିଂ ବ୍ୟାଟିଂ କରିବାକୁ ଆସି 35 ବଲରୁ ନିଜର 10ତମ ଅର୍ଦ୍ଧଶତକ ହାସଲ କରିଥିଲେ । 50 ରନ ସଂଗ୍ରହ ପରେ ରାଣା କେକେଆର ଜର୍ସିରେ ଲେଖାଥିବା ସୁରିନ୍ଦର ନାମକୁ ଦେଖାଇ ସମ୍ମାନ ଜଣାଇଥିଲେ । ଏହାପରେ ଇଣ୍ଡିଆନ ପ୍ରିମିୟର ଲିଗର ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ଏହା ସ୍ଥାନ ପାଇଥିଲା ।

ନୀତିଶ ରାଣା

ରାଣା 53 ବଲରୁ 13 ଚୌକା ଓ ଗୋଟିଏ ଛକା ସହାୟତାରେ 81 ରନର ମ୍ୟାଚ ବିଜୟୀ ଇଂନିସ ଖେଳିଥିଲେ । ସୁନୀଲ ନାରିନ ମଧ୍ୟ 61 ରନ ଇଂନିସ ଖେଳିଥିଲେ । ଫଳରେ 20 ଓଭରରେ କେକେଆରର ସ୍କୋର 194/4ରେ ପହଞ୍ଚିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details