ଓଡିଶା

odisha

ETV Bharat / sports

ଆରସିବି ଅଧିନାୟକ ପଦରୁ ବିରାଟଙ୍କୁ ହଟାଅ: ଗୌତମ ଗମ୍ଭୀର - ipl

ଗତକାଲି (ଶୁକ୍ରବାର) ସନରାଇଜର୍ସ ହାଇଦ୍ରାବାଦ ଚଳିତ ସିଜିନର 2ୟ କ୍ବାଲିଫାୟର ମ୍ୟାଚରେ ବାଙ୍ଗାଲୋରକୁ 6 ୱିକେଟରେ ପରାସ୍ତ କରି ଦଳ ଅଭିଯାନ ଶେଷ କରିଦେଇଛି । ତେବେ ଆରସିବିର ଏହି ହାର ପରେ ବିରାଟ କୋହଲିଙ୍କ ଅଧିନାୟକତ୍ୱକୁ ନେଇ ପ୍ରଶ୍ନ ଉଠିଛି ।

କୋହଲିଙ୍କୁ ଗମ୍ଭୀରଙ୍କ ଟାର୍ଗେଟ
କୋହଲିଙ୍କୁ ଗମ୍ଭୀରଙ୍କ ଟାର୍ଗେଟ

By

Published : Nov 7, 2020, 8:00 PM IST

ହାଇଦ୍ରାବାଦ:ଆଇପିଏଲରେ ପୁଣି ଗମ୍ଭୀର-କୋହଲି ବିବାଦ । କୋହଲିଙ୍କୁ ଟାର୍ଗେଟ କଲେ ପୂର୍ବତନ କେକେଆର ଅଧିନାୟକ ଗୌତମ ଗମ୍ଭୀର । କହିଲେ, ଏବେ ଆରସିବିର ଅଧିନାୟକ ପଦରୁ ବିରାଟଙ୍କୁ ହଟାଇବାର ସମୟ ଆସିଯାଇଛି ।

କୋହଲିଙ୍କୁ ଗମ୍ଭୀରଙ୍କ ଟାର୍ଗେଟ

ଗତକାଲି (ଶୁକ୍ରବାର) ସନରାଇଜର୍ସ ହାଇଦ୍ରାବାଦ ଚଳିତ ସିଜିନର 2ୟ କ୍ବାଲିଫାୟର ମ୍ୟାଚରେ ବାଙ୍ଗାଲୋରକୁ 6 ୱିକେଟରେ ପରାସ୍ତ କରି ଦଳ ଅଭିଯାନ ଶେଷ କରିଦେଇଛି । ତେବେ ଆରସିବିର ଏହି ହାର ପରେ ବିରାଟ କୋହଲିଙ୍କ ଅଧିନାୟକତ୍ୱକୁ ନେଇ ପ୍ରଶ୍ନ ଉଠିଛି । କାରଣ ଏଯାଏଁ ଦଳ ଥରେ ମାତ୍ର ଆଇପିଏଲ ଟ୍ରଫି ହାତେଇ ପାରି ନାହିଁ । ଯେତେବେଳେ କି ଅଧିନାୟକ ବିରାଟ କୋହଲି ଚଳିତ ସିଜନରେ ଦଳର ପ୍ରଦର୍ଶନ ଓ ଟିମ କମ୍ପିନେଶନକୁ ନେଇ ଗର୍ବ ପ୍ରକାଶ କରିଥିଲେ । ଅନ୍ୟପଟେ ନକ-ଆଉଟ ଷ୍ଟେଜର ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ କୋହିଲଙ୍କ ପ୍ରଦର୍ଶନ ଉପରେ ମଧ୍ୟ ଆଙ୍ଗୁଳି ଉଠିବାରେ ଲାଗିଛି ।

କୋହଲିଙ୍କୁ ଗମ୍ଭୀରଙ୍କ ଟାର୍ଗେଟ

ତେବେ ଏହି ପରାଜୟ ପରେ ପୂର୍ବତନ ଭାରତୀୟ ଓପନର୍ ଗୌତମ ଗମ୍ଭୀର କହିଛନ୍ତି ଯେ ଅଧିନାୟକତ୍ୱ ପାଇଁ ବିରାଟ କୋହଲିଙ୍କ ଚିନ୍ତା କରିବାର ସମୟ ଆସିଛି । ତେବେ ଆରସିବି କୋହଲିଙ୍କୁ ଅଧିନାୟକତ୍ୱର ଦାୟିତ୍ବରୁ ମୁକ୍ତ କରିବା ଉଚିତ କି ବୋଲି ପଚରାଯାଇଥିବା ବେଳେ ଗମ୍ଭୀର କହିଛନ୍ତି, "ଶତପ୍ରତିଶତ, କାରଣ ବର୍ତ୍ତମାନ ଉତ୍ତରଦାୟିତ୍ୱ କଥା ଚିନ୍ତା କରିବାର ସମୟ ଆସିଯାଇଛି । ଟୁର୍ଣ୍ଣାମେଣ୍ଟରେ 8 ବର୍ଷ ଟାଇଟଲ ବିନା ବହୁତ୍ ସମୟ। "

ଭାରତର ଟି-20 ବିଶ୍ୱକପ ଏବଂ ଏକଦିବସୀୟ ବିଶ୍ୱକପ ଜିତିଥିବା ଦଳର ହିରୋ ଥିବା ପୂର୍ବତନ ଖେଳାଳି କହିଛନ୍ତି, ‘‘ତୁମେ ମୋତେ ଅନ୍ୟ ଜଣେ ଅଧିନାୟକ ବିଷୟରେ କୁହ, ଅଧିନାୟକଙ୍କୁ ଛାଡ, ମୋତେ ଅନ୍ୟ କୌଣସି ଖେଳାଳିଙ୍କ ବିଷୟରେ କୁହ, ଯିଏ 8 ବର୍ଷ ଧରି ଗୋଟିଏ ଦଳରେ ରହିବା ସହ ଟାଇଟଲ ହାତେଇ ପାରି ନାହାଁନ୍ତି । ’’

ABOUT THE AUTHOR

...view details