ଓଡିଶା

odisha

ETV Bharat / sports

ଆଇପିଏଲର 6 ଯୁବ ଭାରତୀୟ ଖେଳାଳି ଲାରାଙ୍କୁ କଲେ ପ୍ରଭାବିତ

ଚଳିତ ଆଇପିଏଲରେ ନିଜ ପ୍ରଦର୍ଶନ ଦ୍ବାରା ଅନେକ ଭାରତୀୟ ଯୁବ ଖେଳାଳି ସଭିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ତେବେ ସେଥିମଧ୍ୟରୁ 6 ଜଣ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ପୂର୍ବତନ ୱେଷ୍ଟଇଣ୍ଡିଜ ଅଧିନାୟକ ବ୍ରାଏନ ଲାରାଙ୍କୁ ପ୍ରଭାବିତ କରି ପାରିଛନ୍ତି । ଜାଣିବା ସେମାନେ କିଏ ?

By

Published : Nov 9, 2020, 5:27 PM IST

Brain Lara's super six young ipl player, most impressive young Indian batsmen, six most impressive young Indian batsmen, Indian Premier League 2020, 6 ଖେଳାଳି ଲାରାଙ୍କୁ କଲେ ପ୍ରଭାବିତ, ଯୁବ ଭାରତୀୟ ଖେଳାଳି ଲାରାଙ୍କୁ କଲେ ପ୍ରଭାବିତ, ଲାରାଙ୍କ ସୁପର ସିକ୍ସ ବ୍ୟାଟ୍ସମ୍ୟାନ, ଆଇପିଏଲ 2020
ଆଇପିଏଲର 6 ଯୁବ ଭାରତୀୟ ଖେଳାଳି ଲାରାଙ୍କୁ କଲେ ପ୍ରଭାବିତ

ଦୁବାଇ:ନିଜର ପ୍ରଥମ ସଂସ୍କରଣରୁ ହିଁ ଇଣ୍ଡିଆନ ପ୍ରିମିୟର ଲିଗ ଅନେକ ଯୁବ ପ୍ରତିଭା ଭେଟି ଦେଇଛି କ୍ରିକେଟ ଜଗତକୁ । ୟେଉଁମାନେ ସୀମିତ ଓଭର କ୍ରିକେଟରେ ଭାରତ ପାଇଁ ବେଶ୍‌ ସୁନାମ ଅର୍ଜନ କରିଛନ୍ତି । ତେବେ ୟୁଏଇରେ ଖେଳାଯାଉଥିବା ଚଳିତ ସଂସ୍କରଣ ମଧ୍ୟ କିଛି ଅଲଗା ନୁହେଁ । ଯୁବ ଖେଳାଳି ମାନେ ଆସି କେବଳ ଅନ୍ତର୍ଜାତୀୟ ତାରକାଙ୍କ ବୋଝ କମ କରି ନାହାନ୍ତି ବରଂ ଚାପଗ୍ରସ୍ତ ପରିସ୍ଥିତିରେ ସେମାନଙ୍କ ଠାରୁ ଭଲ ପ୍ରଦର୍ଶନ କରି ଦେଖାଇଛନ୍ତି ।

ଏକ ସାକ୍ଷାତକାରରେ ପୂର୍ବତନ ୱେଷ୍ଟଇଣ୍ଡିଜ ଅଧିନାୟକ ବ୍ରାଏନ ଲାରା 6 ଜଣ ଭାରତୀୟ ଯୁବ ଖେଳାଳିଙ୍କ ନାଁ କହିଛନ୍ତି ଯେଉଁମାନେ ତାଙ୍କୁ ଚଳିତ ଆଇପିଏଲରେ ପ୍ରଭାବିତ କରିଛନ୍ତି । ସେହି ଖେଳାଳି ମାନେ ହେଲେ;

ସଞ୍ଜୁ ସାମସନ

ସଞ୍ଜୁ ସାମସନଙ୍କ ନାଁ ପ୍ରଥମେ ନେଇଥିଲେ ଲାରା । ରାଜସ୍ଥାନ ରୟାଲ୍ସର ପାଇଁ ଖେଳି ସଞ୍ଜୁ ପ୍ରଥମ ଦୁଇଟି ମ୍ୟାଚରେ 16ଟି ଛକା ମାରିଥିଲେ । ତେବେ ପରବର୍ତ୍ତୀ ମ୍ୟାଚ ଗୁଡ଼ିକରେ ସେ ସେତେଟା ଭଲ ପ୍ରଦର୍ଶନ କରି ପାରିନଥିଲେ ।

‘‘ମୁଁ ସଞ୍ଜୁଙ୍କ ସାମର୍ଥ୍ୟକୁ ଖୁବ୍‌ ପସନ୍ଦ କରେ । ସେ ଯେଉଁ ଭଳି ଭାବେ ବ୍ୟାଟିଂ କରନ୍ତି ତାହା ମତେ ଖୁବ୍‌ ଭଲ ଲାଗେ । ତାଙ୍କର ସାମର୍ଥ୍ୟ ବିଚକ୍ଷଣ ଅଟେ । ସେ ଜଣେ ଅବିଶ୍ବସନୀୟ ଖେଳାଳି । ଯାହାଦ୍ବାରା ସେ ନୂତନ ଶୀର୍ଷରେ ପହଁଞ୍ଚି ପାରିବେ,’’ ବୋଲି ଲାରା କହିଛନ୍ତି ।

ସୂର୍ଯ୍ୟକୁମାର ଯାଦବ

ମୁମ୍ବାଇ ଇଣ୍ଡିଆନ୍ସର ଡାହାଣହାତୀ ଖେଳାଳି ସୂର୍ଯ୍ୟକୁମାର 41.90 ଆଭେରେଜ ଓ 148.23 ଷ୍ଟ୍ରାଇକ ରେଟ ସହ 15ଟି ମ୍ୟାଚରେ 461 ରନ ସ୍କୋର କରିଛନ୍ତି ।

ଲାରା ସୂର୍ଯ୍ୟକୁମାରଙ୍କ ବିଷୟରେ କହିଛନ୍ତି ଯେ, ‘‘ସୂର୍ଯ୍ୟକୁମାର ଯାଦବ ମୋ ମନପସନ୍ଦର ଖେଳାଳି ମାନଙ୍କ ମଧ୍ୟରୁ ଅନ୍ୟତମ । ଯଦି ଆପଣଙ୍କ ଶ୍ରେଷ୍ଠ ଖେଳାଳି ଜଣେ ଓପନର ନୁହନ୍ତି ତେବେ ସେ ନମ୍ବର ତିନିରେ ଖେଳିବା ଉଚିତ । ସୂର୍ଯ୍ୟକୁମାର ହେଉଛନ୍ତି ସମିତି ଖେଳାଳି। ଯେତବେଳେ ମୁମ୍ବାଇ ପ୍ରାରମ୍ଭିକ ୱିକେଟ ହରାଏ ତେବେ ସେହି କ୍ଷତିକୁ ଭରଣା କରିବାର କ୍ଷମତା ତାଙ୍କ ପାଖରେ ରହିଛି । ତାଙ୍କୁ ଚଳିତ ଆଇପିଏଲରେ ଖେଳୁଥିବାର ଦେଖିବାକୁ ମୁଁ ଖୁବ୍‌ ଉପଭୋଗ କରିଛି ।

ଦେବଦତ୍ତ ପାଦିକ୍କଲ

ଲାରାଙ୍କ ତାଲିକାର ପରବର୍ତ୍ତୀ ଖେଳାଳି ହେଉଛନ୍ତି ଦେବଦତ୍ତ ପାଡିକ୍କଲ ଯିଏ ଚଳିତ ଆଇପିଏଲରେ ଆରସିବି ଦଳର ସର୍ବାଧିକ ରନ ସ୍କୋରର ।

‘‘ପାଦିକ୍କଲଙ୍କ ପାଖରେ ଅନେକ କ୍ଷମତା ରହିଛି । ତେବେ ମୁଁ ତାଙ୍କ ଭିତରେ କିଛିଟା ପରିବର୍ତ୍ତନ କରିବାକୁ ଚାହେଁ । କାରଣ ମୁଁ ଯେତେବେଳେ ଜଣେ ବ୍ୟାଟ୍ସମ୍ୟାନ କଥା ବିଚର କରେ, ମୁଁ ଚାହେଁ ଯେ ସେ କେବଳ ଆଇପିଏଲ କିମ୍ବା ଟି-20 ନଖେଳି ଟେଷ୍ଟ ମ୍ୟାଚ ମଧ୍ୟ ଖେଳନ୍ତୁ । ଟେଷ୍ଟ କ୍ରିକେଟ ଖେଳିବାକୁ ହେଲେ ପାଦିକ୍କଲଙ୍କୁ ତାଙ୍କ ଟେକନିକ ଉପରେ ଅନେକ କାମ କରିବାକୁ ପଡିବ । ତେବେ ତାଙ୍କ ପାଖରେ ବୋଧହୁଏ କ୍ଷମତା ଅଛି । ବୋଧହୁଏ ସେ ବର୍ତ୍ତମାନ ତାଙ୍କର ଟି-20 ଗେମ ଖେଳୁଛନ୍ତି ଓ ତାଙ୍କ ପାଖରେ ଟେଷ୍ଟ ଖେଳିବା ପାଇଁ ମଧ୍ୟ ସାମର୍ଥ୍ୟ ଥାଇପାରେ,’’ ବୋଲି କହିଛନ୍ତି ଲାରା ।

କେଏଲ ରାହୁଲ

କିଙ୍ଗ୍ସ ଇଲେଭେନ ପଞ୍ଜାବର ଅଧିନାୟକ କେଏଲ ରାହୁଲ ଯିଏ ବର୍ତ୍ତମାନ ମଧ୍ୟ ଆଇପିଏଲ-2020 ର ଅରେଞ୍ଜ କ୍ୟାପ ଅକ୍ତିଆର କରିଛନ୍ତି ଲାରା ତାଙ୍କ ନା ମଧ୍ୟ ନିଜ ତାଲିକାରେ ରଖିଛନ୍ତି । ଏହାସହ ଲାରା ସ୍ବୀକାର କରିଛନ୍ତି ଯେ ରାହୁଲ ବର୍ତ୍ତମାନ ଜଣେ ଅନ୍ତର୍ଜାତୀୟ ଖେଳାଳି ।

‘‘କେଏଲ ରାହୁଲ ନିଶ୍ଚିତ ଭାବେ ମୋ ପାଇଁ ଜଣେ ଭଲ ଖେଳାଳି । ମୁଁ ସବୁବେଳେ କହି ଆସିଛି ଯେ ସେ ଖୁବ୍‌ ଭଲ ଖେଳନ୍ତି । ଆଉ ଅଧିକ ତାଙ୍କ ବିଷୟରେ କଣ କହିବି,’’ କହିଛନ୍ତି ଲାରା ।

ପ୍ରିୟମ ଗର୍ଗ

ପୂର୍ବତନ 19 ବର୍ଷରୁ କମ ଭାରତୀୟ ଦଳର ଅଧିନାୟକ ତଥା ସନ ରାଇଜର୍ସ ହାଇଦ୍ରାବାଦର ଖେଳାଳି ପ୍ରିୟମ ଗର୍ଗ ମଧ୍ୟ ଲାରାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଲାରା କହିଛନ୍ତି ଯେ, ‘‘ମୁଁ ଭାବୁଛି ପ୍ରିୟମଙ୍କ ପାଖରେ ଅନେକ ସାମର୍ଥ୍ୟ ଓ କ୍ଷମତା ରହିଛି ।’’

ଅବଦୁଲ ସମଦ

ଲାରାଙ୍କ ତାଲିକାରେ ଶେଷ ଖେଳାଳି ହେଉଛନ୍ତି ଜମ୍ମୁ କାଶ୍ମୀରର ଅଲ-ରାଉଣ୍ଡର ଅବଦୁଲ ସମଦ । ସମଦ ଚଳିତ ଆଇପିଏଲରେ ନିଜର ଡେବ୍ୟୁ ମ୍ୟାଚ ଖେଳିଛନ୍ତି ସନ ରାଇଜର୍ସ ହାଇଦ୍ରାବାଦ ପାଇଁ । ନିଜର ପ୍ରଥମ ଆଇପିଏଲରେ ହିଁ ସେ ସଭିଙ୍କ ଦୃଷ୍ଟି ଆକର୍ଷଣ କରି ପାରିଛନ୍ତି ।

ABOUT THE AUTHOR

...view details