ଓଡିଶା

odisha

ETV Bharat / sports

ଆଇପିଏଲ 2021: କ୍ୟାପଟେନ ପନ୍ତଙ୍କ ଅର୍ଦ୍ଧଶତକ, ଦିଲ୍ଲୀ 147/8 - ଦିଲ୍ଲୀ କ୍ୟାପିଟାଲ୍ସ ବନାମ ରାଜସ୍ଥାନ ରୟାଲ୍ସ ଲାଇଭ ସ୍କୋର

ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ 8 ୱିକେଟ ହରାଇ 147 ରନ ସଂଗ୍ରହ କରିଛି । ଫଳରେ ରାଜସ୍ଥାନ ସାମ୍ନାରେ 148 ରନର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ...

IPL 2020: DC set a target of 148 runs vs RR
ଆଇପିଏଲ 2021: କ୍ୟାପଟେନ ପନ୍ତଙ୍କ ଅର୍ଦ୍ଧଶତକ, ଦିଲ୍ଲୀ 147/8

By

Published : Apr 15, 2021, 9:38 PM IST

Updated : Apr 15, 2021, 9:53 PM IST

ମୁମ୍ବାଇ: ଆଇପିଏଲର ସପ୍ତମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ 8 ୱିକେଟ ହରାଇ 147 ରନ ସଂଗ୍ରହ କରିଛି । ଫଳରେ ରାଜସ୍ଥାନ ସାମ୍ନାରେ 148 ରନର ବିଜୟ ଲକ୍ଷ୍ୟ ରହିଛି । ଦିଲ୍ଲୀ ପକ୍ଷରୁ କ୍ୟାପଟେନ ଋଷଭ ପନ୍ତ ଦମଦାର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି ।

ମାତ୍ର ପନ୍ତଙ୍କୁ ଦଳର ଅନ୍ୟ କୌଣସି ଖେଳାଳିଙ୍କ ସାଥ ମିଳିନଥିଲା । ଦଳର ଶୀର୍ଷକ୍ରମର 3 ବ୍ୟାଟ୍ସମ୍ୟାନ ପୃଥୀ ଶ 2, ଶିଖର ଧାୱନ 9 ଓ ଅଜିଙ୍କ୍ୟ ରାହାଣେ 8 ରନରେ ପାଭିଲିୟନ ଫେରିଥିଲେ । ତେବେ ଏକାବି ପନ୍ତ ରାଜସ୍ଥାନ ବୋଲରଙ୍କୁ ମୁକାବିଲା କରିଥିଲେ । 32 ବଲରୁ 9ଟି ଚୈାକା ସହାୟତାରେ 51 ରନର ଇଂନିସ ଖେଳିଥିଲେ । ମାତ୍ର ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନଆଉଟ ହେବା ପରେ 150 ରନ ପାର୍‌ କରିପାରିନଥିଲା ଦଳ ।

ଶେଷ ଭାଗରେ ଲଳିତ ଯାଦବ 20, ଟମ କରନ 21 ଓ କ୍ରିସ ୱର୍କ୍ସ 15 ରନର ଉପଯୋଗୀ ଯୋଗଦାନ କରିଥିଲେ ।

ଅନ୍ୟପଟେ ରାଜସ୍ଥାନ ବୋଲର ଘାତକ ବୋଲିଂ ସହ ଦିଲ୍ଲୀର କୌଣସି ବ୍ୟାଟ୍ସମ୍ୟାନଙ୍କୁ ବଡ ସଟ୍‌ ଖେଳିବାର ସୁଯୋଗ ଦେଇନଥିଲେ । ଜୟଦେବ ଉନତକତ ଜବରଦସ୍ତ ପ୍ରଦର୍ଶନ ସହ 4 ଓଭରରେ 15 ରନ ବ୍ୟୟ କରି ସର୍ବାଧିକ 3ଟି ୱିକେଟ ହାତେଇଥିଲେ । ମୁସ୍ତାଫିଜୁର ରେହମାନ 2ଟି କ୍ରିସ ମୋରିସ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 15, 2021, 9:53 PM IST

ABOUT THE AUTHOR

...view details