ଓଡିଶା

odisha

ETV Bharat / sports

‘ସମୟ ଆସିଲେ ମୁଁ ନିଜେ କ୍ରିକେଟ ଛାଡିଦେବି’ - ipl

‘ଗତ ଦୁଇବର୍ଷ ମୋ ପାଇଁ କଠିନ ସମୟ ଥିଲା ଓ ମୁଁ ନିଶ୍ଚିତ କରି ପାରୁନଥିଲି ଯେ ମୁଁ କ’ଣ କରିବା ଦରକାର।’

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@mipaltan

By

Published : Mar 25, 2019, 12:53 PM IST

Updated : Mar 25, 2019, 2:01 PM IST

ମୁମ୍ବାଇ: ଅନେକ ସମୟ ଧରି ଯୁବରାଜ ସିଂହଙ୍କ କ୍ରିକେଟ କ୍ୟାରିୟର ଟର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କିନ୍ତୁ ଏବେ ଯୁବରାଜ କହିଛନ୍ତି ଯେ ସମୟ ଆସିଲେ ସେ ନିଜେ କ୍ରିକେଟରୁ ଅବସର ନେଇଯିବେ। ଅନେକ ସମୟ ଧରି ଆନ୍ତର୍ଜାତୀୟ କ୍ରିକେଟରେ ଭଲ ପ୍ରଦର୍ଶନ କରି ପାରିନଥିବା ଯୁବରାଜ ଆଇପିଏଲରେ ମଧ୍ୟ ସେତେଟା ଭଲ ପ୍ରଦର୍ଶନ କରିପାରିନଥିଲେ। କିନ୍ତୁ ଚଳିତ ସିଜନରେ ପୁଣିଥରେ ଗର୍ଜିଛି ଯୁବିଙ୍କ ବ୍ୟାଟ।

ଯୁବରାଜ କହିଛନ୍ତି ‘ଯେତେବେଳେ ସମୟ ଆସିବ ମୁଁ ନିଜେ ଅବସର ନେଇଯିବି’। ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ 37 ରନରେ ହାରିବା ପରେ ଗଣମାଧ୍ୟମକୁ ଏହା କହିଛନ୍ତି ଯୁବି। 2007 ଟି-20 ବିଶ୍ୱକପ ଓ 2011 ବିଶ୍ୱକପ୍‌ର ଏହି ହିରୋ ବେଳେ ବେଳେ ଆଗକୁ ଖେଳିବା ଆଉ ଠିକ ହେବ ନାହିଁ ହୋଲି ମନେକରନ୍ତି। ‘ଗତ ଦୁଇବର୍ଷ ମୋ ପାଇଁ ଅନେକ କଠିନ ଥିଲା, ଓ ମୁଁ ନିଶ୍ଚିତ କରି ପାରୁନଥିଲି ମୁଁ କ’ଣ କରିବା ଦରକାର।’ କହିଛନ୍ତି ଯୁବି।

ଯୁବରାଜ ଆହୁରି ମଧ୍ୟ କହିଛନ୍ତି ଯେ ‘ମୁଁ ଅନେକ ଆତ୍ମସମୀକ୍ଷା କଲି, ଆଉ ଅନୁଭବ କଲି ଯେ ମତେ ବର୍ତ୍ତମାନ ଖଳିବାରେ ଆନନ୍ଦ ମିଳୁଛି। ଯେମିତି ଜଣେ 16 ବର୍ଷରୁ କମ୍‌ ଖେଳାଳି ଜାତୀୟ ଦଳରେ ଚୟନ କଥା ଚିନ୍ତା କରେ ନାହିଁ କେବଳ ଖେଳରେ ଧ୍ୟାନ ଦିଏ ଠିକ ସେହିପରି। ତେଣୁ ଯେତେଦିନ ପର୍ଯ୍ୟନ୍ତ ମେତେ ଖେଳିବାରେ ଆନନ୍ଦ ମିଳୁଥିବ ସେତେଦିନ ଯାଏଁ ମୁଁ ଖେଳିବି।’

ସଚିନଙ୍କ ସହ ଏନେଇ ଆଲୋଚନା କରିବା କଥା ମଧ୍ୟ ଯୁବି କହିଛନ୍ତି, ‘ମୁଁ ସଚିନଙ୍କ ସହ ଏ ବିଷୟରେ ଆଲୋଚନା କରିଛି ଯେ ସେ ଯେତେବେଳେ 37-38-39 ବର୍ଷରେ ଖେଳୁଥିଲେ ଓ ଏଭଳି ସ୍ଥିତି ଉତ୍ପନ୍ନ ହୋଇଥିଲା ତାଙ୍କୁ କିଭଳି ଅନୁଭବ ହେଉଥିଲା। ତାଙ୍କ ସହ କଥା ହେବା ପରେ ସବୁ ଜିନିଷ ଆହୁରି ସହଜ ମନେ ହେଲା।’

ମୁମ୍ବାଇ ଇଣ୍ଡିଆନ୍ସରେ ନିଜର ଡେବ୍ୟୁ ମ୍ୟାଚରେ ଯୁବି ଭଲ ଫର୍ମରେ ନଜର ଆସିଥିଲେ, ଓ ଅର୍ଦ୍ଧଶତକ ହାସଲ କରିଥିଲେ।

Last Updated : Mar 25, 2019, 2:01 PM IST

ABOUT THE AUTHOR

...view details