ଓଡିଶା

odisha

ETV Bharat / sports

‘ରୋହିତ ଆଭେଞ୍ଜରରେ ଯୋଗ ଦିଅନ୍ତୁ’

ଚେନ୍ନାଇ ବିପକ୍ଷ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ 46 ରନରେ ଜିତିବା ପରେ ହିଟମ୍ୟାନଙ୍କୁ ନେଇ ମଜାଦାର ଟିପ୍ପଣୀ କରିଛନ୍ତି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ।

By

Published : Apr 28, 2019, 8:17 PM IST

ଫଟୋ ସୈାଜନ୍ୟ- ସୋସିଆଲ ମିଡିଆ

ମୁମ୍ବାଇ: ଚେନ୍ନାଇ ବିପକ୍ଷ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ 46 ରନରେ ବିଜୟୀ ହୋଇଥିଲା । ଏହି ମ୍ୟାଚରେ ହିଟମ୍ୟାନ ଜବରଦସ୍ତ ଇନିଂସ ଖେଳିଥିଲେ । ତେବେ ମୁମ୍ବାଇର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଚେନ୍ନାଇ ବିପକ୍ଷ ମ୍ୟାଚରେ ରୋହିତଙ୍କ ପ୍ରଦର୍ଶନକୁ ନେଇ ମଜାଦାର ଟିପ୍ପଣୀ କରିଛନ୍ତି। ଏହି ମ୍ୟାଚରେ ରୋହିତ 48 ବଲ୍‌ରୁ 67ରନ୍‌ ର ପାଳି ଖେଳିଥିଲେ ।ରୋହିତଙ୍କ ଏହି ପାଳିରେ ସାମିଲ ଥିଲା 6 ଚୌକା ଓ 3ଟି ଛକା । ବୋଲରକୁ ସୁହାଉଥିବା ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ରୋହିତଙ୍କ ଏହି ପାଳି ବଳରେ ମୁମ୍ବାଇ 155 ରନ୍‌ କରିବାକୁ ସମର୍ଥ ହୋଇଥିଲା ।

ମୁମ୍ବାଇ ବୋଲରଙ୍କ ଘାତକ ବୋଲିଂରେ 17.4 ଓଭରରେ ମାତ୍ର 109 ରନ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ ଅଲଆଉଟ ହୋଇଯାଇଥିଲା । ଚେନ୍ନାଇର 7 ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ ।


ମ୍ୟାଚ ବିଜୟର ଶ୍ରେୟ ପାଣ୍ଡ୍ୟା ରୋହିତଙ୍କୁ ଦେଇଛନ୍ତି । ଏଥିସହ ରୋହିତ ଆଭେଞ୍ଜରରେ ଯୋଗଦେବାର ସମୟ ଆସିଯାଇଛି ବୋଲି ମଜାଦାର ଟ୍ବିଟ କରିଛନ୍ତି ପାଣ୍ଡ୍ୟା ।

For All Latest Updates

ABOUT THE AUTHOR

...view details