ଚେନ୍ନାଇ: ଏମଏ ଚିଦାମ୍ବରମ ଷ୍ଟାଡିଅମରେ ଖେଳାଯାଉଥିଲା ଆଇପିଏଲ 12ର 50 ତମ ମ୍ୟାଚ। ଚେନ୍ନାଇ ସୁପର କିଙ୍ଗ ଏବଂ ଦିଲ୍ଲୀ ଡେୟାର ଡେଭିଲସ ଭିତରେ ଚାଲିଥିଲା ମ୍ୟାଚ। 80ରନରେ ଦିଲ୍ଲୀକୁ ମାତ ଦେଇ ବିଜୟୀ ହୋଇଛି ଚେନ୍ନାଇ। କ୍ୟାପଟେନ କୁଲ ଧୋନିଙ୍କ ଜବରଦସ୍ତ ପ୍ରଦର୍ଶନ ଯୋଗୁଁ ଦିଲ୍ଲୀକୁ ହରାଇଥିଲା ।
ଆଇପିଏଲ 2019: ବୋଲରଙ୍କ କମାଲ, ଧୋନିଙ୍କ ଧୁଆଁଧାର ପାରି - cricket
80ରନରେ ଦିଲ୍ଲୀକୁ ମାତ ଦେଇ ବିଜୟୀ ହୋଇଛି ଚେନ୍ନାଇ। କ୍ୟାପଟେନ କୁଲ ଧୋନିଙ୍କ ଜବରଦସ୍ତ ପ୍ରଦର୍ଶନ ଯୋଗୁଁ ଦିଲ୍ଲୀକୁ ହରାଇଥିଲା । ରବିନ୍ଦ୍ର ଜାଡେଜା 10 ବଲରେ 25 ରନ କରିଥିବା ବେଳେ ଚେନ୍ନାଇ ଶେଷ 6 ଓଭରରେ 91 ରନ କରିଥିଲା।
99 ରନରେ ସୀମିତ ହେଲା ଦିଲ୍ଲୀ କ୍ୟାପିଟାଲ୍ସର ଇଂନିସ । 80 ରନରେ ବିଜୟୀ ହେଲା ଚେନ୍ନାଇ ସୁପର କିଙ୍ଗ୍ସ । ଏହି ବିଜୟ ସହ ଚେନ୍ନାଇ ପୁଣି ପଏଣ୍ଟ ଟେବୁଲ ଉପରକୁ ଉଠିଛି । ଚେନ୍ନାଇ ପକ୍ଷରୁ 3 ଓଭର 2 ବଲରେ 12 ରନ ଦେଇ ସର୍ବାଧିକ 4ଟି ୱିକେଟ ନେଇଛନ୍ତି । ବୁଧବାର ଚେନ୍ନାଇର ଘରୋଇ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ଟସ ଜିତି ଚେନ୍ନାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ଦିଲ୍ଲୀ ।
ରବିନ୍ଦ୍ର ଜାଡେଜା 10 ବଲରେ 25 ରନ କରିଥିବା ବେଳେ ଚେନ୍ନାଇ ଶେଷ 6 ଓଭରରେ 91 ରନ କରିଥିଲା। ଅନ୍ୟପଟେ ଦିଲ୍ଲୀ ପକ୍ଷରୁ କ୍ୟାପଟେନ ଶ୍ରେୟସ ଆୟର 31 ବଲରେ 44 ରନ ଏବଂ ଶିଖର ଧାୱନ 13 ବଲରେ 19 ରନରେ ପହଞ୍ଚିଥିଲେ ।