ଓଡିଶା

odisha

ETV Bharat / sports

ଆରସିବି ଜର୍ସିରେ ସବୁଜ ଦୁନିଆ ବାର୍ତ୍ତା - ଚେନ୍ନାଇ ସୁପର କିଙ୍ଗସ

ଦଳର ସମସ୍ତ ମ୍ୟାଚ ପାଇଁ ଏକ ନିର୍ଦ୍ଦିଷ୍ଟ ରଙ୍ଗର ଜର୍ସି ଥିବାବେଳେ ଏହା କେବଳ ଦଳର ଗ୍ରୀନ ମ୍ୟାଚ ପାଇଁ ବୋଲି ଜଣାପଡିଛି । ଏହି ଜର୍ସି ସମ୍ପୂର୍ଣ୍ଣ ଗ୍ରୀନ କଲରର ହୋଇଥିବାବେଳେ ଛାତିରୁ ଉପର ଭାଗ ବ୍ଲାକ ରହିଛି । ଏହି ଜର୍ସି ଅବ୍ୟବହୃତ ପ୍ଲାଷ୍ଟିକରୁ ତିଆରି ହୋଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@RCBTweets

By

Published : Mar 22, 2019, 11:09 PM IST

ବେଙ୍ଗାଲୁରୁ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଆରମ୍ଭ ହେବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଲା । ଏହି ଅବସରରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)ର ନୂଆ ଜର୍ସି ଉନ୍ମୋଚନ ହୋଇଛି । ଏହି ଜର୍ସି ଦ୍ବାରା ଦଳ ସଚେତନତାର ବାର୍ତ୍ତା ଦେଇଛି ଦଳ ।

ଏହି ଜର୍ସି ଉନ୍ମୋଚନ ଉତ୍ସବ ବୁଧବାର ଆୟୋଜିତ ହୋଇଛି । ଏଥିରେ ଅଧିନାୟକ ବିରାଟ କୋହଲିଙ୍କ ସମେତ ଦକ୍ଷିଣ ଆଫ୍ରିକାର ଏବିଡିଭିଲର୍ସ ଏବଂ ପାର୍ଥିବ ପଟେଲ ଉପସ୍ଥିତ ଥିଲେ । ଏହି ଜର୍ସି ଉଭୟ ଘରୋଇ ଓ ବାହାର ମ୍ୟାଚ ପାଇଁ ଉନ୍ମୋଚିତ ହୋଇଥିଲା । ତେବେ ଦଳର ସମସ୍ତ ମ୍ୟାଚ ପାଇଁ ଏକ ନିର୍ଦ୍ଦିଷ୍ଟ ରଙ୍ଗର ଜର୍ସି ଥିବାବେଳେ ଏହା କେବଳ ଦଳର ଗ୍ରୀନ ମ୍ୟାଚ ପାଇଁ ବୋଲି ଜଣାପଡିଛି ।

ଏହି ଜର୍ସି ସମ୍ପୂର୍ଣ୍ଣ ଗ୍ରୀନ କଲରର ହୋଇଥିବାବେଳେ ଛାତିରଉପର ଭାଗ ବ୍ଲାକ ରହିଛି । ଏହି ଜର୍ସି ଅବ୍ୟବହୃତ ପ୍ଲାଷ୍ଟିକରୁ ତିଆରି ହୋଇଛି । ଏହାଦ୍ବାରା ଆରସିବି ସବୁଜ ଦୁନିଆ ଏବଂ ବୃକ୍ଷ ବଞ୍ଚାଓ ବାର୍ତ୍ତା ପ୍ରଦାନ କରୁଛି ବୋଲି ଦଳୀୟମ୍ୟାନେଜମେଣ୍ଟ ସୂଚନା ଦେଇଛି ।

ଶନିବାର ଚେନ୍ନାଇରେ ଘରୋଇ ଚେନ୍ନାଇ ସୁପର କିଙ୍ଗ୍ସ ସହ ଖେଳି ଦ୍ବାଦଶ ସଂସ୍କରଣରେ ଅଭିଯାନ ଆରମ୍ଭ କରିବ ଆରସିବି ।

For All Latest Updates

ABOUT THE AUTHOR

...view details