ବେଙ୍ଗାଲୁରୁ: ଆଇପିଏଲ୍ରବିରାଟ କୋହଲିଙ୍କ ଟିମ୍ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁଏଯାଏଁ କୌଣସି ସଂସ୍କରଣରେ ବିଜୟ ହାସଲ କରି ପାରି ନାହିଁ । କିନ୍ତୁ ଫ୍ୟାନ୍ସଙ୍କ ହୃଦୟ ଜିତିବା ଏହି ଟିମ୍କୁ ବେଶ୍ ଭଲ ଭାବରେ ଜଣା । ଚଳିତବର୍ଷ ରୟାଲ ଚ୍ୟାଲେଞ୍ଜର ଏକ ପ୍ରଶଂସନୀୟ ପଦକ୍ଷେପ ହାତକୁ ନେଇଛି । ସେ ହେଉଛିବେଙ୍ଗାଲୁୁରର ଏମ୍.ଚିନ୍ନାସ୍ବାମୀ ଷ୍ଟାଡିୟମ୍ରେ ହେବାକୁ ଥିବା ସମସ୍ତ ଘରୋଇ ଆଇପିଏଲ୍ମ୍ୟାଚ୍କୁ ସେନାର 60ଜଣ ଯବାନଙ୍କୁ ନିଃଶୁଳ୍କ ମ୍ଯାଚ୍ ଦେଖିବା ପାଇଁ ଆମନ୍ତ୍ରଣ କରିଛନ୍ତି।
ସୂଚନାମୁତାବକ, ବେଙ୍ଗାଲୁରୁ ଟିମ୍ ସହ କେଏସ୍ସିଏ ଓ ଭାରତୀ ସିମେଣ୍ଟସ୍ ମିଳିତଭାବେ ଏହି ପ୍ରଶଂସନୀୟ ପଦେକ୍ଷେପ ଆରମ୍ଭ କରିଛନ୍ତି । 28ମାର୍ଚ୍ଚରୁ 4ମେ ଯାଏଁଷ୍ଟାଡିୟମ୍ରେ ହେବାକୁ ଥିବା ସମସ୍ତ ଘରୋଇ ମ୍ୟାଚ୍ ଦେଖିବା ପାଇଁ ସେନାଯବାନଙ୍କୁ ନିମନ୍ତ୍ରଣ କରାଯାଇଛି ।ଏଥିପାଇଁ କର୍ଣ୍ଣାଟକ କ୍ରିକେଟ୍ ସଂଘ, ଆରସିବି ଏବଂ ଭାରତୀ ସିମେଣ୍ଟସ୍ 20-20 ଯବାନଙ୍କର ପ୍ରତିଟି ଘରୋଇ ମ୍ୟାଚ୍ ଦେଖିବାର ଦାୟିତ୍ବ ନିଜ ନିଜ ହାତକୁ ନେଇଛନ୍ତି ।
ହୃଦୟ ଜିଣିଲା ଆରସିବି, ମାଗଣାରେ ଆଇପିଏଲ ମ୍ୟାଚ୍ ଦେଖିବେ ଯବାନ - ଆରସିବି
ସଂସ୍କରଣ ଜିତିନି ସତ ଭାରତୀୟଙ୍କ ହୃଦୟ ଜିତି ସାରିଲାଣି ଆରସିବି କ୍ରିକେଟ ଟିମ । ଚଳିତବର୍ଷ 28ମାର୍ଚ୍ଚରୁ 4 ମେ ଯାଏଁ ବେଙ୍ଗାଲୁରୁର ଏମ୍.ଚିନ୍ନାସ୍ବାମୀ ଷ୍ଟାଡିୟମ୍ରେ ହେବାକୁ ଥିବା ସମସ୍ତ ଘରୋଇ ଆଇପିଏଲ୍ ମ୍ୟାଚ୍ ଦେଖିବା ପାଇଁ ଭାରତୀୟ ସେନା ଯବାନଙ୍କୁ ନିମନ୍ତ୍ରଣ ଦେଇଛନ୍ତି ଆରସିବି ଟିମ୍ ।
![ହୃଦୟ ଜିଣିଲା ଆରସିବି, ମାଗଣାରେ ଆଇପିଏଲ ମ୍ୟାଚ୍ ଦେଖିବେ ଯବାନ](https://etvbharatimages.akamaized.net/etvbharat/images/768-512-2830046-868-ab32feca-7274-41bf-97ff-46c75eecc3f8.jpg)
ଫାଇଲ ଫଟୋ
ସୂଚନା ଥାଉକି, ବିସିସିଆଇ ଆଇପିଏଲ ଉଦଘାଟନୀ ସମାରୋହ ରାଶି(20 କୋଟି) ପୁଲଓ୍ବାମା ଶହୀଦ ପରିବାରକୁ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ତେବେ ନିଷ୍ପତ୍ତି ଅନୁସାରେ, ବିସିସିଆଇ ଆଇପିଏଲ ଉଦଘାଟନୀ ସମାରୋହର ବଜେଟ ରାଶିକୁ ବିସିସିଆଇ ଭାରତୀୟ ସେନା ଓ ସିଆରପିଏଫର ଓ୍ବେଲଫେୟାର ଫଣ୍ଡକୁ ପ୍ରଦାନ କରିଛି । 20 କୋଟି ରାଶିରୁ 11କୋଟି ସେନାକୁ ଦିଆଯାଇ ଥିବାବେଳେ 7କୋଟି ସିଆରପିଏଫ୍କୁ ପ୍ରଦାନ କରାଯାଇଛି ।