ହାଇଦ୍ରାବାଦ: ଆଇପିଏଲ୍ର 12 ତମ ସଂସ୍କରଣର 11ତମ ମ୍ଯାଚ ରବିବାର ସନ ରାଇଜର୍ସ ହାଇଦ୍ରାବାଦ ଏବଂଆରସିବି ମଧ୍ୟରେ ଖେଳାଯାଇଥିଲା ।ତେବେ ସ୍ପିନରପ୍ରୟାସବର୍ମନ ଆରସିବି ପକ୍ଷରୁ ଆଜି ସନରାଇଜର୍ସବିପକ୍ଷରେ ନିଜର ଡେବ୍ୟୁ କରିଛନ୍ତି। ଫଳରେ ସେ ହୋଇଯାଇଛନ୍ତି ଆଇପିଏଲ୍ର ସର୍ବ କନିଷ୍ଠ ଯୁବ କ୍ରିକେଟର । ପ୍ରୟାସ 16ବର୍ଷ 157ଦିନ ବୟସରେ ନିଜର ଆଇପିଏଲ୍ ଡେବ୍ୟୁ ମ୍ଯାଚଖେଳିଛନ୍ତି।
ଏହା ପୂର୍ବରୁ ଆଫଗାନିସ୍ତାନରସ୍ପିନର ମୁଜୀବ ଉର ରହମାନ (ଜାଦରାନ) 17ବର୍ଷ 157ବୟସରେ ଆଇପିଏଲ୍ରେ ଡେବ୍ୟୁ କରିଥିଲେ। ତେବେ ପ୍ରୟାସ ରବିବାର ଦିନ ଏହି ଲିଗ୍ରେ ଡେବ୍ୟୁ କରି ଯୁବ ଖେଳାଳୀ ଭାବେ ଆଇପିଏଲରେ ଇତିହାସ ସୃଷ୍ଟି କରିଛନ୍ତି ।
ସୂଚନାଥାଉକି, ଆରସିବି 1.5 କୋଟିରେ ସ୍ପିନର ପ୍ରୟାସବର୍ମନଙ୍କୁ କିଣିଛି । ପ୍ରୟାସଙ୍କ ଆଦର୍ଶ ହେଲେ ଅଷ୍ଟ୍ରେଲିଆର ସ୍ପିନର୍ ସେନ୍ ଓ୍ବାର୍ନ । ସେ ବଙ୍ଗଳାର 16 ବର୍ଷରୁ କମଟିମ୍ର ସଦସ୍ୟ ।
ଆଇପିଏଲ୍ରେ ଡେବ୍ୟୁ କରିଥିବା ଯୁବ କ୍ରିକେଟର ହେଲେ-
16ବର୍ଷ 157ଦିନ- ପ୍ରୟାସ ରେ ବର୍ମନ(ଭାରତ), 2019