ଓଡିଶା

odisha

ETV Bharat / sports

ଆଇପିଏଲ: ବଢିଲା ପଞ୍ଜାବର ମୁଣ୍ଡବିନ୍ଧା

ଜଣକ ପରେ ଜଣେ କିଙ୍ଗସ୍‌ ଇଲେଭେନର ଖେଳାଳି ଆହତ ହେଉଛନ୍ତି।ମୁମ୍ବାଇ ବିପକ୍ଷରେ ପିଠିରେ ଯନ୍ତ୍ରଣା ଯୋଗୁଁ କ୍ରିସ୍‌ ଗେଲ୍‌ ଆଦୌ ଫିଲ୍ଡିଂ କରିନଥିଲେ।

By

Published : Apr 11, 2019, 7:06 PM IST

ଫଟୋ ସୌଜନ୍ଯ: ସୋସିଆଲ ମିଡିଆ@ଟ୍ବିଟର

ମୁମ୍ବାଇ: ଆଇପିଏଲ୍‌ର 24ତମ ମ୍ୟାଚ୍‌ ପଞ୍ଜାବ ଓ ମୁମ୍ବାଇ ମଧ୍ୟରେ ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ପଞ୍ଜାବକୁ ମୁମ୍ବାଇ 3ଓ୍ବିକେଟ୍‌ରେ ପରାସ୍ତ କରିଥିଲା । ଏହା ପଞ୍ଜାବ ପାଇଁ ବଡ ଝଟକା ଥିଲା । ତେବେ ପଞ୍ଜାବକୁ ସେହି ମ୍ୟାଚ ପାଇଁ 2ୟ ଝଟକା ମଧ୍ୟ ମିଳିଛି। ତାହା ହେଲା ବ୍ୟାଟ୍ସମ୍ୟାନ୍‌ କ୍ରିସ ଗେଲ୍‌ ଓ ଅଙ୍କିତ୍‌ ରାଜପୁତ ଆହତ ହେବା। ଏହା ପୂର୍ବରୁ ମୟଙ୍କ ଅଗ୍ରଓ୍ବାଲ ଆହତ କାରଣରୁ ମୁମ୍ବାଇ ବିପକ୍ଷରେ ପଡିଆକୁ ଓହ୍ଲାଇ ନଥିଲେ ।



ପଞ୍ଜାବର ଅଧିନାୟକ ରବିଚନ୍ଦ୍ରନ୍‌ ଅଶ୍ବିନ ଏନେଇ କହିଛନ୍ତି, ଗେଲ ତାଙ୍କର ପିଠିରେ ଯନ୍ତ୍ରଣା ନେଇ ସୂଚନା ଦେଇଛନ୍ତି । ଆମକୁ ଦେଖିବାକୁ ପଡିବ ଯେ, ସେ କିପରି ଅଛନ୍ତି । ତାଙ୍କର ସମସ୍ୟା କେତେ ଗମ୍ଭୀର।


ସୂଚନାଥାଉକି, ଗେଲ୍‌ ମୁମ୍ବାଇ ବିପକ୍ଷରେ ଆଦୌ ଫିଲ୍ଡିଂ କରି ନାହାଁନ୍ତି । ଏଥିସହ ପେସ୍ ବୋଲର୍‌ ଅଙ୍କିତ ରାଜପୁତ ଆହତ ହୋଇଥିବା ମଧ୍ୟ ଅଶ୍ବିନୀ କହିଛନ୍ତି । ଫିଲ୍ଡିଂ ସମୟରେ ପ୍ରଥମ ଓଭରରେ ଅଙ୍କିତଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା। ତଥାପି ସେ ପାଓ୍ବାର ପ୍ଲେ ରେ 3 ଓଭର ବଲିଂ କରିଥିଲେ।

ସୂଚନାଥାଉକି, ପଞ୍ଜାବ ବର୍ତ୍ତମାନ ସୁଦ୍ଧା 7ଟି ମ୍ୟାଚ୍‌ରୁ 4ଟି ମ୍ୟାଚ୍‌ରେ ବିଜୟ ହାସଲ କରିଛି। ଏପରି ଖେଳାଳୀମାନଙ୍କ ଆହତ ହେବା ପଞ୍ଜାବ ଟିମ୍‌କୁ ପ୍ଲେ ଅଫ୍‌ରେ ଏଣ୍ଟ୍ରିରେ ବାଧା ସୃଷ୍ଟି କରିପାରେ ।

ABOUT THE AUTHOR

...view details