ଓଡିଶା

odisha

ETV Bharat / sports

ବାଜିଲା ଆଇପିଏଲ-12 ବିଗୁଲ: ଉଦଘାଟନୀ ମ୍ୟାଚରେ ଟସ ଜିତିଲା ଚେନ୍ନାଇ - virat kohli

ଆଉ ଅଳ୍ପ ସମୟ ପରେ ଆରମ୍ଭ ହୋଇଯିବ ବିଶ୍ୱର ଧନଶାଳୀ କ୍ରିକେଟ ଲିଗ । ଫଟାଫଟ କ୍ରିକେଟର ମଜା ନେବେ ଦର୍ଶକ । ଗୋଟିଏ ପଡିଆରେ ଦେଖିବାକୁ ମିଳିବ ଦେଶୀ ଓ ବିଦେଶୀ ଖେଳାଳିଙ୍କ ଧମାକା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@IPL

By

Published : Mar 23, 2019, 8:07 PM IST

ଚେନ୍ନାଇ: ଆଜିଠାରୁ ଆରମ୍ଭ ହୋଇଛି ଆଇପିଏଲର ଦ୍ୱାଦଶ ସଂସ୍କରଣ । ଉଦଘାଟନୀ ମୁକାବିଲାରେ ଡିଫେଣ୍ଡିଂ ଚମ୍ପିଆନ ଚେନ୍ନାଇ ସୁପର କିଙ୍ଗସ(ସିଏସକେ)ର ମୁକାବିଲା କରୁଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) । ତେବେ ଶେଷ ଖବର ଅନୁସାରେ ଟସ ଜିତି ଚେନ୍ନାଇ ବୋଲିଂ ନିଷ୍ପତ୍ତି ନେଇଛି ।

ଆଉ ଅଳ୍ପ ସମୟ ପରେ ଆରମ୍ଭ ହୋଇଯିବ ବିଶ୍ୱରଧନଶାଳୀ କ୍ରିକେଟ ଲିଗ । ଫଟାଫଟ କ୍ରିକେଟର ମଜା ନେବେ ଦର୍ଶକ । ଗୋଟିଏ ପଡିଆରେ ଦେଖିବାକୁ ମିଳିବ ଦେଶୀ ଓ ବିଦେଶୀ ଖେଳାଳିଙ୍କ ଧମାକା । ତେବେ ପ୍ରଥମ ଥର ପାଇଁ ଆଇପିଏଲର ଉଦଘାଟନୀ ସମାରୋହ ଅନୁଷ୍ଠିତ ହେଉ ନାହିଁ । ପୁଲୱାମା ଆଟାକ ପାଇଁ ଏହାକୁ ବାତିଲ କରାଯାଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@IPL

ତେବେ ପ୍ରଥମ ମ୍ୟାଚରେ ଭାରତୀୟ କ୍ରିକେଟର 2 ହେଭିୱେଟଙ୍କ ମୁକାବିଲା ହେବାକୁ ଯାଉଛି । ସିଏସକେର ନେତୃତ୍ବ କ୍ୟାପ୍ଟେନ କୁଲ ଧୋନି ନେଉଥିବାବେଳେ ଆରସିବିର ଅଧିନାୟକତ୍ବ ତୁଲାଉଛନ୍ତି କ୍ୟାପ୍ଟେନ ଆଗ୍ରେସିଭ ବିରାଟ କୋହଲି । ଏବେ ବି ଅନ୍ତର୍ଜାତୀୟ ମ୍ୟାଚରେ ଧୋନିଙ୍କ ପରାମର୍ଶରେ କ୍ୟାପ୍ଟେନ୍ସି କରୁଥିବା କୋହଲିଙ୍କ ପାଇଁ ଏହି ମ୍ୟାଚ କୌଣସି ଅଗ୍ନିପରୀକ୍ଷା ଠାରୁ କମ ନୁହେଁ । ଏମାନଙ୍କ ମୁକାବିଲା ଦେଖିବାକୁ ଅନାଇ ବସିଛନ୍ତି ଫ୍ୟାନ୍ସ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@IPL

ଉଭୟ ଦଳରେ ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କ ଗହଳି ଥିବାବେଳେ ବୋଲରଙ୍କ ମାମଲାରେ ଚେନ୍ନାଇ ଆଗରେ ରହିବ । ଚେନ୍ନାଇ ପାଇଁ ଏଥର ଓପନିଂରେ ସେନ ୱାଟସନଙ୍କୁ ସାଥ ଦେବେ ଅମ୍ବାତି ରାୟୁଡୁ । ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଅମ୍ବାତିଙ୍କ ଓପନିଂରେ ସେତେ ଅନୁଭବ ନଥିଲେ ମଧ୍ୟ ଭଲ ଖେଳିବେ ବୋଲି ଆଶା ରହିଛି । ସେହିପରି ମଧ୍ୟକ୍ରମ ସୁରେଶ ରୈନା, କେଦାର ଯାଦବଙ୍କ ସହ ଖୋଦ ଧୋନି ସମ୍ଭାଳିବେ । ଅଲରାଉଣ୍ଡର ଭାବେ ଦଳରେ ରବୀନ୍ଦ୍ର ଜାଡେଜା ଓ ଦୀପକ ଚହ୍ବରଙ୍କ ସମେତ ରହିଛନ୍ତି ୱେଷ୍ଟଇଣ୍ଡିଆନ ଡ୍ବେନ ବ୍ରାଭୋ । ବୋଲିଂ ସମ୍ଭାଳିବେ ଶାର୍ଦ୍ଦୁଳ ଠାକୁର, ହରଭଜନ ସିଂହ ଏବଂ ଇମ୍ରାନ ତାହିର ।

ଆରସିବି ଦଳରେ ସବୁଥର ପରି ଏଥର ମଧ୍ୟ ପ୍ରତିଥଯଶା ବ୍ୟାଟ୍ସମ୍ୟାନ ଭର୍ତ୍ତି ହୋଇଛନ୍ତି । ଓପନିଂରେ ପାର୍ଥିବ ପଟେଲ ଓ କୋହଲି ରହିଥିବାବେଳେ ମଧ୍ୟକ୍ରମ ସମ୍ଭାଳିବେ ବିଦେଶୀ ଖେଳାଳି । ଏବି ଡିଭିଲିୟର୍ସ, ୱେଷ୍ଟଇଣ୍ଡିଜର ସିମ୍ରନ ହେଟମେୟର ଓ ଇଂଲଣ୍ଡର ମୋଇନ ଅଲ୍ଲୀଙ୍କ ଭଳି ଖେଳାଳି ମିଡିଲ ଅର୍ଡରରେ ରହିଛନ୍ତି । ସେହିପରି ଭାରତୀୟ ଯୁବ ଖେଳାଳି ଶିବମ ଦୁବେଙ୍କ ଉପରେ ସମସ୍ତଙ୍କ ନଜର ରହିବ । ତେବେ ପ୍ରଥମ ମ୍ୟାଚ ପାଇଁ ଉଭୟ ଦଳ ପ୍ରସ୍ତୁତ ଥିବାବେଳେ ଘରୋଇ ପଡିଆରେ ଚେନ୍ନାଇକୁ ମିଳିବ ପ୍ରବଳ ସମର୍ଥନ । 2 ବର୍ଷ ବାସନ୍ଦ ପରେ ଫେରିଥିବା ଚେନ୍ନାଇ ଗତବର୍ଷ ଚମ୍ପିଆନ ହୋଇଥିଲା । ଏଥର ମଧ୍ୟ ସମାନ କୃତିତ୍ବ ଦୋହରାଇବା ନେଇ ଆଶା ରଖିଛନ୍ତି ସମର୍ଥକ ।

ଟସ ଜିତି ଚେନ୍ନାଇ ବୋଲିଂ ନିଷ୍ପତ୍ତି ନେଇଥିବାବେଳେ ଏହା ଆରସିବି ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । କାରଣ କାକର ପ୍ରଭାବ ରହୁଥିବାରୁ ଯେଉଁ ଦଳ ଟସ ଜିତିବ ପ୍ରଥମେ ବୋଲିଂ କରିବ ବୋଲି ପୂର୍ବରୁ ଆକଳନ ହୋଇଥିଲା । ତେଣୁ ଟସ ମହତ୍ବପୂର୍ଣ୍ଣ ଥିବାବେଳେ ଚେନ୍ନାଇ ଏହା ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଛି ।

ସିଏସକେ ଏକାଦଶ- ଅମ୍ବାତି ରାୟୁଡୁ, ସେନ ୱାଟସନ, ସୁରେଶ ରୈନା, ଏମ ଏସ ଧୋନି, କେଦାର ଯାଦବ, ରବୀନ୍ଦ୍ର ଜାଡେଜା, ଡ୍ବେନ ବ୍ରାଭୋ, ଦୀପକ ଚହ୍ବର, ଶାର୍ଦ୍ଦୁଳ ଠାକୁର, ହରଭଜନ ସିଂହ, ଇମ୍ରାନ ତାହିର।

ଆରସିବି ଏକାଦଶ- ପାର୍ଥିବ ପଟେଲ, ବିରାଟ କୋହଲି, ମୋଇନ ଅଲ୍ଲୀ, ସିମ୍ରନ ହେଟମେୟର, ଏବି ଡିଭିଲିୟର୍ସ, ଶିବମ ଦୁବେ, କଲିନ ଡି ଗ୍ରାଣ୍ଡହୋମ, ଉମେଶ ଯାଦବ, ୟୁଜବେନ୍ଦ୍ର ଚହ୍ବଳ, ମହମ୍ମଦ ସିରାଜ, ନଭଦୀପ ସୈନି।

For All Latest Updates

ABOUT THE AUTHOR

...view details