ହାଇଦ୍ରାବାଦ: ଆସନ୍ତାକାଲି (ଗୁରୁବାର) ହେବାକୁ ଯାଉଛି ଆଇପିଏଲ କିଣାବିକା ଅର୍ଥାତ ଆଇପିଏଲ ଅକ୍ସନ (ନିଲାମ) । ନାଗରିକତା ସଂଶୋଧନ ଆଇନ (CAA)ର ବିରୋଧରେ ପଶ୍ଚିମବଙ୍ଗରେ ହିଂସା ସତ୍ତ୍ବେ ଧାର୍ଯ୍ୟ ତାରିଖ ଅନୁସାରେ ଏହି ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବ । କୋଲକାତାରେ ଏହି ନିଲାମି ଅନୁଷ୍ଠିତ ହେବ ।
ନିଲାମରେ 971 ଖେଳାଳି ଥିବାବେଳେ ଟିମଙ୍କ ପାଖରେ ମାତ୍ର 73 ଖେଳାଳିଙ୍କ ସ୍ଥାନ ରହିଛି । 971 ଖେଳାଳିଙ୍କ ମଧ୍ୟରୁ 713 ଜଣ ଭାରତୀୟ ଓ 258 ଜଣ ବିଦେଶୀ କ୍ରିକେଟର ଅଛନ୍ତି । ଅଷ୍ଟ୍ରେଲିଆରୁ ସର୍ବାଧିକ 55 ଜଣ କ୍ରିକେଟର ନିଲାମ ପାଇଁ ନାମ ପଞ୍ଜିକରଣ କରିଛନ୍ତି ।
ଜାଣନ୍ତୁ କେଉ ଟିମରେ କେତେ ଖେଳାଳିଙ୍କୁ ସାମିଲ ପାଇଁ ସ୍ଥାନ ରହିଛି...
- ଚେନ୍ନାଇ ସୁପର କିଙ୍ଗ୍ସ 14.60 କୋଟି- 5ଟି ସ୍ଥାନ(2 ବିଦେଶୀ)
- ଦିଲ୍ଲୀ କ୍ୟାପିଟାଲ୍ସ 27.85 କୋଟି -11 ଟି ସ୍ଥାନ(5 ବିଦେଶୀ)
- କିଙ୍ଗସ ଇଲେଭେନ ପଞ୍ଜାବ 42.70 କୋଟି- 9ଟି ସ୍ଥାନ(4 ବିଦେଶୀ)
- କୋଲକାତା ନାଇଟ ରାଇଡର୍ସ 35.65 କୋଟି -11ଟି ସ୍ଥାନ(4ବିଦେଶୀ)
- ମୁମ୍ବାଇ ଇଣ୍ଡିଆନ୍ସ 13.05 କୋଟି -7ଟି ସ୍ଥାନ(2 ବିଦେଶୀ)
- ରାଜସ୍ଥାନ ରୟାଲ୍ସ 28.90 କୋଟି -11ଟି ସ୍ଥାନ(4 ବିଦେଶୀ)
- ରୟାଲ୍ସ ଚାଲେଞ୍ଜର୍ସ ବାଙ୍ଗାଲୁରୁ 27.90 କୋଟି- 12ସ୍ଥାନ(6 ବିଦେଶୀ)
- ସନରାଇଜର୍ସ ହାଇଦ୍ରାବାଦ 17.00 କୋଟି-7 ସ୍ଥାନ(2 ବିଦେଶୀ)
ନଜର ପକାନ୍ତୁ କେଉଁ ଦଳ କେଉଁ ଖେଳାଳିଙ୍କୁ ଛାଡିଛନ୍ତି-
- ଦିଲ୍ଲୀ କ୍ୟାପିଟାଲ୍ସ- ହନୁମା ବିହାରୀ, ଜଲାଜ ସକ୍ସେନା, ମନଜୋତ କରଲା, ଅନୁକ୍ସ ବାଇନ୍ସ, ନାଥୁ ସିଂ, ବନ୍ଦ୍ରୁ ଅପେୟା, କ୍ରିସ ମୋରିସ, କଲିନ ଇନଗ୍ରାମ, କଲିନ ମୁନରୋ ।
- କିଙ୍ଗ୍ସ ଏକାଦଶ ପଞ୍ଜାବ- ବରୁନ ଚକ୍ରବର୍ତ୍ତୀ, ଆଗ୍ନେଶିବ ଆୟାଚ୍ଚି, ଅଡ୍ର୍ୟୁ ଟାଏ, ଡେଭିଡ ମିଲର, ମୋଇସେସ ହେରକ୍ୟୁନେସ, ପ୍ରଭିସମନ ସିଂ, ସାମ କୁରନ
- କୋଲକତା ନାଇଟ ରାଇଡର୍ସ- ଆରନିଚ ନର୍ତେଜେ, କ୍ରାଲୋସ ବ୍ରଥୱେଟ, କ୍ରିସ ଲିନ, ଜୋ ଡେଲିନ, କେସି କାରିଅପ୍ପା, ମାଥ କ୍ୟାଲ୍ଲି, ନିଖିନ ନାଏକ, ପିୟୁସ ଚାୱାଲା, ପୃଥୀରାଜ ୟାରା, ରବିନ ଉତ୍ଥପା, ଶ୍ରୀକାନ୍ତ ମୁନ୍ଦେ ।
- ମୁମ୍ବାଇ ଇଣ୍ଡିଆନ୍ସ- ଆଦାମ ମିଲେନ, ଅଲଜାରୀ ଜୋସେପ, ବରିନ୍ଦର ଶରଣ, ବେନ କେଟିଂ, ବ୍ୟୁରାନ ହେନଡ୍ରିକ, ଇଭନ ଲୁଇସ, ଜାସନ ବେହେନଡ୍ରଫ, ପଙ୍କଜ ସଜୱାଲ, ରକିସକା ଡର, ଯୁବରାଜ ସିଂ ।
- ରାଜସ୍ଥାନ ରୟାଲ୍ସ- ଆର୍ୟମାନ ବିର୍ଲ୍ଲା, ଅଷ୍ଟନ ଟର୍ଣ୍ଣର, ଇଷ ସାଉଦୀ, ଜୟଦେବ ଉନାଦକଟ, ଓସାନ ଥୋମାସ, ପ୍ରଶାନ୍ତ ଚୋପ୍ରା, ରାହୁଲ ତ୍ରିପାଠୀ,
- ରୟାଲ ଚାଲେଞ୍ଜ ବାଙ୍ଗଲୋର- ଆକାଦୀପ ନାଥ, କଲିନ ଡି ଗ୍ରାଣ୍ଡହୋମ, ଡେଲ ଷ୍ଟେନ, ହିମ୍ମତ ସିଂ, ମାର୍କ୍ସ ଷ୍ଟୋଇନିକ୍, ମିଲିନ୍ଦ କୁମାର, ନାଥନ କୁଲ୍ଟର ନିଲ୍, ପ୍ରୟାସ ରାୟ ବର୍ମନ, ସିମ୍ରନ ହେମିଟର, ଟିମ ସାଉଦି ।
- ସନରାଇଜର୍ସ ହାଇଦ୍ରାବାଦ- ଦୀପକ ହୁଡ୍ଡା, ମାର୍ଟିନ ଗୁପ୍ଟିଲ, ରିକି ଭୁଇ, ସାକିବ ଉଲ୍ଲ ହାସନ, ୟୁସୁଫ ପଠାନ ।