ଓଡିଶା

odisha

ETV Bharat / sports

ସାମସନ୍‌ଙ୍କ ଶତକ ବେକାର, ହାଇଦ୍ରାବାଦର ପ୍ରଥମ ବିଜୟ - cricket

ବିଜୟ ସହ 2ଟି ମ୍ୟାଚରୁ ପ୍ରଥମ ବିଜୟ ହାସଲ କରିଛି ହାଇଦ୍ରାବାଦ । 2ଟି ମ୍ୟାଚରେ ପରାଜୟ ସହ ଟେବୁଲ ଶେଷରେ ରହିଛି ରାଜସ୍ଥାନ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@IPL

By

Published : Mar 30, 2019, 12:11 PM IST

ହାଇଦ୍ରାବାଦ:‌ ଆଇପିଏଲ 12ର ଅଷ୍ଟମ ମ୍ୟାଚରେ ରାଜସ୍ଥାନକୁ 5 ୱିକେଟ୍‌ରେ ହରାଇ ସିଜିନର ପ୍ରଥମ ବିଜୟ ହାସଲ କରିଛି ସନରାଇଜର୍ସ ହାଇଦ୍ରାବାଦ । କେରଳୀ ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ୍‌ଙ୍କ ଶତକ ବଳରେ ରାଜସ୍ଥାନ ରୟାଲ୍ସ 2 ୱିକେଟ୍‌ରେ 198 ରନ କରିଥିଲା । ତେବେ ସାମୂହିକ ଯୋଗଦାନ ବଳରେ 5 ୱିକେଟ୍‌ ହରାଇ ବିଜୟଲକ୍ଷ୍ୟ ହାସଲ କରିନେଇଥିଲା ହାଇଦ୍ରାବାଦ ।

ବିଜୟ ପରେ ହାଇଦ୍ରାବାଦ ବ୍ୟାଟ୍ସମ୍ୟାନ

ଏହି ବିଜୟ ସହ 2ଟି ମ୍ୟାଚରୁ ପ୍ରଥମ ବିଜୟ ହାସଲ କରିଛି ହାଇଦ୍ରାବାଦ । ତେବେ 2ଟି ମ୍ୟାଚରେ ପରାଜୟ ସହ ଟେବୁଲ ଶେଷରେ ରହିଛି ରାଜସ୍ଥାନ । ଚତ୍ମକାର ବୋଲିଂ ପାଇଁ ସନ ରାଇଜର୍ସର ରସିଦ ଖାନ୍‌ ମ୍ୟାନ ଅଫ୍‌ ଦି ମ୍ୟାଚ ହୋଇଥିଲେ ।

ରସିଦ ଖାନ(ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@IPL)

ଟସ ଜିତି ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଅଧିନାୟକ ରାହାଣେଙ୍କ ଅର୍ଦ୍ଧଶତକ (୭୦, ୪୯ ବଲ୍‌, ୪ ଚୌକା, ୩ ଛକା) ଏବଂ ସାମସନ୍‌ଙ୍କ ଅପରାଜିତ ଶତକ (୧୦୨ ରନ, ୫୫ ବଲ, 10 ଚୌକା, 4 ଛକା) ବଳରେ ରାଜସ୍ଥାନ 198 ରନର ବିଶାଳ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ବେନ ଷ୍ଟୋକ୍ସ ଶେଷ ଆଡକୁ ଛୋଟିଆ ବିସ୍ଫୋରକ ପାଳି ଖେଳି 9 ବଲରୁ 3 ଚୌକା ସହ 16 ରନରେ ଅପରାଜିତ ଥିଲେ । ହାଇଦ୍ରାବାଦର କେବଳ ରସିଦ ଖାନ୍‌(୪-୦-୨୪-୧)ଙ୍କୁ ଛାଡିଦେଲେ ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ ।

ସଞ୍ଜୁ ସାମସନ୍‌(ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@IPL)
ଡେଭିଡ ୱାର୍ଣ୍ଣର(ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@IPL)

ଜବାବରେ ସନ ରାଇଜର୍ସର ଅଷ୍ଟ୍ରେଲୀୟ-ଇଂଲଣ୍ଡ ଓପନିଂ ଯୋଡି ଚତ୍ମକାର ମୂଳଦୂଆ ପକାଇଥିଲେ । ପ୍ରଥମ ୱିକେଟ୍‌ରେ ଏମାନେ 110 ରନ ଯୋଡିଥିଲେ । ବିସ୍ଫୋ‌ରକ ବ୍ୟାଟିଂ ଯୋଗୁଁ ହାଇଦ୍ରାବାଦ ୪.୫ ଓଭରରେ ୫୦ ଏବଂ ୮.୫ ଓଭରରେ ୧୦୦ ରନ ଅତିକ୍ରମ କରିଥିଲା । ୱାର୍ଣ୍ଣର (୬୯ ରନ, ୩୭ ବଲ, ୯ ଚୌକା, ୨ ଛକା) ଏବଂ ବେୟାରଷ୍ଟୋ (୪୫ ରନ, ୨୮ ବଲ, ୬ ଚୌକା, ୧ ଛକା) ଆଉଟ୍‌ ହେବା ପରେ ଦଳର ମଧ୍ୟକ୍ରମ ଭୁସୁଡି ପଡିଥିଲା । ତେବେ ଶେଷ ଆଡକୁ ୟୁସୁଫ ପଠାନ(୧୬ ନଟଆଉଟ, ୧୨ ବଲ, ୧ ଛକା) ଏବଂ ରସିଦ ଖାନ୍‌(୧୫ ନଟଆଉଟ, ୮ ବଲ, ୧ ଚୌକା, ୧ ଛକା)ଙ୍କ ବ୍ୟାଟିଂ ବଳରେ ଦଳ ଗୋଟିଏ ଓଭର ପୂର୍ବରୁ ବିଜୟୀ ହୋଇଥିଲା ।

ABOUT THE AUTHOR

...view details