ଓଡିଶା

odisha

ETV Bharat / sports

‘ସେହି 7 ମାସ ମୋ ପାଇଁ ବହୁତ କଷ୍ଟଦାୟକ ଥିଲା’

ମ୍ୟାନ୍‌ ଅଫ୍ ଦି ମ୍ୟାଚ ପୁରସ୍କାରକୁ ତାଙ୍କର ବିପଦ ସମୟରେ ସମର୍ଥନ କରିଥିବା ସାଙ୍ଗ ଓ ପରିବାରବର୍ଗଙ୍କୁ ସମର୍ପଣ କରିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। ଏହାସହ 7ମାସ ତାଙ୍କ ପାଇଁ ବହୁତ କଷ୍ଟଦାୟକ ଥିଲା ଓ ସେହି ସମୟରେ କ'ଣ କରିବେ ତାହା ଜାଣି ପାରି ନଥିବା କହିଛନ୍ତି।

ଫଟୋ ସୌଜନ୍ଯ: ସୋସିଆଲ ମିଡିଆ@ଟ୍ବିଟର

By

Published : Apr 4, 2019, 8:27 PM IST

ମୁମ୍ବାଇ: ମୁମ୍ବାଇ ପାଇଁ ଖେଳୁଥିବା ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଚେନ୍ନାଇ ସୁପରକିଙ୍ଗ୍‌ ବିପକ୍ଷରେ ଭଲ ପ୍ରଦର୍ଶନୀ କରି ମ୍ୟାନ୍‌ ଅଫ୍ ଦି ମ୍ୟାଚ ପୁରସ୍କାର ପାଇଛନ୍ତି। ସେହି ପୁରସ୍କାରକୁ ତାଙ୍କର ବିପଦ ସମୟରେ ସମର୍ଥନ କରିଥିବା ସାଙ୍ଗ ଓ ପରିବାରବର୍ଗଙ୍କୁ ସମର୍ପଣ କରିଛନ୍ତି ସେ ।

ଡିଜାଇନ ଫଟୋ

ଏହାପରେ ସେ ନିଜର 7ମାସର କଷ୍ଟଦାୟକ ସମୟ ବିଷୟରେ କହିଥିଲେ । 25ବର୍ଷୀୟ ହାର୍ଦ୍ଦିକ କହିଛନ୍ତି ଯେ, ମୁଁ ସେହି ବିବାଦକୁ ଭୁଲି ସାରିଛି । ଟିମ୍‌କୁ ଜିତାଇବା ପାଇଁ ମୋର ଗୁରୁତ୍ବପୂର୍ଣ୍ଣ।ଗତ 7ମାସରେ ବହୁତ୍‌ କମ୍ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇଥିଲି । ବିଗତସମୟମୋ ପାଇଁ ବହୁତ କଷ୍ଟଦାୟକ ଥିଲା। ସେହି ସମୟରେ କ'ଣ କରିବି ତାହା ଜାଣି ପାରୁ ନଥିଲି। ମୁଁ ମୋର ବୋଲିଂ ପ୍ରତି ଧ୍ୟାନ ଦେଉଥିଲି। ଖେଳରେ ନିଜର ପ୍ରଦର୍ଶନଆହୁରୀ ସୁଧାରିବା ପାଇଁ ପ୍ରୟାସ କରୁଥିଲି। ଟିମ୍କୁ ଜିତାଇବା ପରେ ବହୁତ ଭଲ ଅନୁଭବ କରୁଛି।

ପାଣ୍ଡ୍ୟା ବୁଧବାର ଚେନ୍ନାଇବିପକ୍ଷ ମ୍ୟାଚରେ8ବଲ ଖେଳି25ରନ୍‌ କରିବା ସହ 3ଟି ଓ୍ବିକେଟ୍‌ ହାସଲ କରିଥିଲେ। ତେଣୁ ତାଙ୍କୁମ୍ୟାନ୍‌ ଅଫ୍ ଦି ମ୍ୟାଚ୍‌ ମିଳିଥିଲା । ଏହି ଅବସରରେ ସେ କହିଛନ୍ତି ଯେ, ଏବେ ମୋର ଧ୍ୟାନ କେବଳ ଆଇପିଏଲ୍‌ ଖେଳିବାରେ ଓ ଭାରତକୁ ବିଶ୍ବ କପ୍‌ ଜିତେଇବା ।

ସୂଚନାଥାଉକି, ପାଣ୍ଡ୍ୟା ଏକ ଟିଭି ଶୋରେ ମହିଳାଙ୍କ ପ୍ରତି ବିବାଦୀୟ ଟିପ୍ପଣୀ ଦେଇଥିଲେ । ଫଳରେ ତାଙ୍କୁ ବିସିସିଆଇ ସିମିତ ସମୟ ପାଇଁନିଲମ୍ବନକରିଥିଲା । ଫଳରେ ତାଙ୍କୁ ଅଷ୍ଟ୍ରେଲିଆ ସହ ଖେଳିବାକୁ ଅନୁମତି ମିଳିନଥିଲା । ପରବର୍ତ୍ତୀ ସମୟରେ ବିସିସିଆଇ ତାଙ୍କ ଉପରୁ ବ୍ୟାନ ଉଠାଇ ଦେଇଥିଲେ ।

ABOUT THE AUTHOR

...view details