ଓଡିଶା

odisha

ETV Bharat / sports

କୋହଲିଙ୍କ ୱିକେଟ ସ୍ମରଣୀୟ: ଗୋପାଳ - ଆଇପିଏଲ

ରାଜସ୍ଥାନ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ଚତ୍ମକାର ପ୍ରଦର୍ଶନ କରିଥିଲେ ଗୋପାଳ। ଏହି ଯୁବ ସ୍ପିନର ମାତ୍ର 12 ରନ ଦେଇ 3ଟି ୱିକେଟ୍‌ ନେଇଥିଲେ ।

ଫାଇଲ ଫଟୋ

By

Published : Apr 3, 2019, 11:01 PM IST

ଜୟପୁର: ମ୍ୟାଚରେ ସେ ନେଇଥିଲେ 3ଟି ୱିକେଟ୍‌ । ଆଉ ଏହି 3ଟି ୱିକେଟ୍‌ କୌଣସି ଗିଫ୍ଟଠାରୁ କମ ନଥିଲା । ଜଣେ ନୂଆ ତଥା ଯୁବ ବୋଲରଙ୍କ ପାଇଁ ଏହି ୱିକେଟ୍‌ ନିଶ୍ଚିତ ଭାବେ ସ୍ମରଣୀୟ । ଏହା ହେଉଛି ରାଜସ୍ଥାନ ରୟାଲ୍ସ ବୋଲର ଶ୍ରେୟସ ଗୋପାଳଙ୍କ କାହାଣୀ ।

ଗତକାଲି ରାଜସ୍ଥାନ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ଚତ୍ମକାର ବୋଲିଂ ପ୍ରଦର୍ଶନ କରିଥିଲେ ଗୋପାଳ । ଏହି ଯୁବ ସ୍ପିନର ମାତ୍ର 12 ରନ ଦେଇ 3ଟି ୱିକେଟ୍‌ ନେଇଥିଲେ । ଏହାସହ ବଡ ସଟ୍‌ ଖେଳିବାରୁ ବେଙ୍ଗାଲୁରୁ ବ୍ୟାଟ୍ସମ୍ୟାନଙ୍କ ହାତ ବାନ୍ଧିବାରେ ସେ ସଫଳ ହୋଇଥିଲେ । ତେବେ ସେ ନେଇଥିବା 3ଟି ୱିକେଟ୍‌ ହେଲେ ଆରସିବି ଅଧିନାୟକ ତଥା ଭାରତୀୟ କ୍ରିକେଟର ରନମେସିନ ବିରାଟ କୋହଲି, ଆଇପିଏଲ ସୁପରମ୍ୟାନ ଏବି ଡି ଭିଲିୟର୍ସ ଏବଂ ୱେଷ୍ଟଇଣ୍ଡିଆନ ସିମ୍ରନ ହେଟ୍‌ମେୟର ।

ମ୍ୟାଚ ପରେ ନିଜ ପ୍ରତିକ୍ରୀୟାରେ ଗୋପାଳ କହିଛନ୍ତି ଯେ, ଏହି 3ଟି ୱିକେଟ୍‌ ତାଙ୍କ ପାଇଁ କୌଣସି ଚତ୍ମକାର ଠାରୁ କମ ନୁହେଁ । ଜଣେ ଯୁବ ଖେଳାଳି ପାଇଁ ଏହା ସବୁଦିନ ଆସିନଥାଏ । ଏପରି ପ୍ରସିଦ୍ଧ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍‌ କରିବା ତାଙ୍କ ପାଇଁ ବହୁତ ବଡ କଥା । ବିଶେଷ କରି କୋହଲି ଓ ଏବିଙ୍କ ୱିକେଟ୍‌ ପାଇ ସେ ନିଜକୁ ସୌଭାଗ୍ୟ ମନେ କରୁଛନ୍ତି । ତାଙ୍କ ପ୍ଲାନ କାମ କରିଥିବାରୁ ସେ ବହୁତ ଖୁସି ବୋଲି କହିଛନ୍ତି ।

ABOUT THE AUTHOR

...view details