ଓଡିଶା

odisha

By

Published : Apr 10, 2019, 3:17 PM IST

ETV Bharat / sports

ଘରୋଇ ପିଚ୍‌କୁ ନେଇ ନାଖୁସ ଧୋନି

ପିଚ୍‌ ବୋଲରଙ୍କ ପ୍ରତି ସହାୟକ ଥିବାବେଳେ ଦଳର 2 ସ୍ପିନରଙ୍କ ପ୍ରଦର୍ଶନକୁ ସେ ଖୁବ୍‌ ତାରିଫ କରିଛନ୍ତି । ହରଭଜନଙ୍କ ବୟସ ଉପରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ବୟସ ଏକ ନମ୍ବର ମାତ୍ର ।

ଫାଇଲ ଫଟୋ

ଚେନ୍ନାଇ: ଆଇପିଏଲ 12ରେ ଘରୋଇ ମାଟିରେ ନିଜର ସମସ୍ତ ମ୍ୟାଚ ଜିତିନେଇଛି ଚେନ୍ନାଇ । ଏହାସହ ଘରୋଇ ପଡିଆରେ ନିଜକୁ ପୁଣିଥରେ ସିଂହ ବୋଲି ପ୍ରମାଣ କରିଛି ଧୋନି ବାହିନୀ । ତେବେ ଗତକାଲି କୋଲକାତାକୁ ହରାଇବା ପରେ ମଧ୍ୟ ଘରୋଇ ପିଚ୍‌କୁ ନେଇ ଧୋନି ନିଜ ଅସନ୍ତୋଷ ଜାହିର କରିଛନ୍ତି ।

ଧୋନି କହିଛନ୍ତି ଯେ ଏଭଳି ପିଚ୍‌ରେ ଖେଳିବାକୁ ସେ ପସନ୍ଦ କରିବେନି । ଏହା ଏକ ଧୀମା ପିଚ୍‌ ଥିଲା । ବ୍ୟାଟ୍ସମ୍ୟାନଙ୍କୁ ଖେଳିବା ପାଇଁ ଅନେକ କଷ୍ଟ କରିବାକୁ ପଡିଥିଲା । ବଲ ଠିକ୍‌ ଭାବେ ବ୍ୟାଟ ଉପରକୁ ଆସୁନଥିଲା । ଯଦିଚ ଏହି ମ୍ୟାଚରେ ଚେନ୍ନାଇ ଜିତିଥିଲା କିନ୍ତୁ ପିଚ୍‌କୁ ନେଇ ଦଳ ଅସନ୍ତୁଷ୍ଟ ଥିଲା ବୋଲି ଧୋନି କହିଛନ୍ତି । ଏହାସହ ଟ୍ବେଣ୍ଟି20 କ୍ରିକେଟ୍‌ରେ ଏଭଳି ପିଚ୍‌ରେ ଲଗାତାର ମ୍ୟାଚ ଖେଳାଗଲେ ଦର୍ଶକ ଏଥିପ୍ରତି ବିମୁଖ ହେବେ ବୋଲି ସେ ଆଶଙ୍କା କରିଛନ୍ତି ।

ତେବେ ପିଚ୍‌ ବୋଲରଙ୍କ ପ୍ରତି ସହାୟକ ଥିବାବେଳେ ଦଳର 2 ସ୍ପିନରଙ୍କ ପ୍ରଦର୍ଶନକୁ ସେ ଖୁବ୍‌ ତାରିଫ କରିଛନ୍ତି । ହରଭଜନଙ୍କ ବୟସ ଉପରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ବୟସ ଏକ ନମ୍ବର ମାତ୍ର । ଭଜି ଏପର୍ଯ୍ୟନ୍ତ ଯେତେ ମ୍ୟାଚ ଖେଳିଛନ୍ତି ସମସ୍ତ ମ୍ୟାଚରେ ସେ ଭଲ ପ୍ରଦର୍ଶନ କରିଛନ୍ତି । ତାହିର ଏପରି ଜଣେ ବୋଲର ଯାହାଙ୍କୁ ଯେପରି କୁହାଯାଇଥିବ ସେ ସେହିପରି ବୋଲିଂ କରିଚାଲିଥିବେ । ସେ ସବୁବେଳେ ପ୍ଲାନ ଅନୁସାରେ ବୋଲିଂ କରନ୍ତି । ତାଙ୍କ ଯୋଜନା ଉପରେ ତାହିର ପୁରା ବିଶ୍ବାସ ରଖନ୍ତି ବୋଲି କ୍ୟାପ୍ଟେନ କୁଲ କହିଛନ୍ତି ।

ABOUT THE AUTHOR

...view details