ଓଡିଶା

odisha

By

Published : Apr 8, 2019, 11:36 PM IST

ETV Bharat / sports

ୱାଟସନ୍‌ ନୁହେଁ, ଧୋନିଙ୍କ ପସନ୍ଦ ତାହିର !

ଏମିତିରେ ଧୋନି ସବୁବେଳେ ଥଣ୍ଡା ମିଜାଜରେ ରହନ୍ତି । କିନ୍ତୁ ପିଲାଙ୍କ ସହ ତାଙ୍କର ଏପରି ଦୃଶ୍ୟ ପ୍ରଥମ ଥର ଦେଖିବାକୁ ମିଳିଥିଲା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ChennaiIPL

ଚେନ୍ନାଇ: ବର୍ତ୍ତମାନ ଚେନ୍ନାଇ ସୁପର କିଙ୍ଗସ ଆଇପିଏଲରେ ଚତ୍ମକାର ପ୍ରଦର୍ଶନ କରୁଥିବାବେଳେ ଟେବୁଲର ଶୀର୍ଷରେ ରହିଛି । ନିଜେ ଅଧିନାୟକ ଧୋନି ଦଳ ପାଇଁ ଉତ୍ତମ ପ୍ରଦର୍ଶନ କରୁଛନ୍ତି । ଏହି ଅବସରରେ ସେ ନିଜ ସାଥୀ ଖେଳାଳିଙ୍କ ସହ କିଛି ମଜାଦାର ମୂହୁର୍ତ୍ତ ବିତାଇଥିବା ଦୃଶ୍ୟ ଭାଇରାଲ ହୋଇଛି ।

ଶନିବାର ପଞ୍ଜାବ-ଚେନ୍ନାଇ ମ୍ୟାଚରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ମ୍ୟାଚରେ ଚେନ୍ନାଇ ବିଜୟୀ ହୋଇଥିବାବେଳେ ମ୍ୟାଚ ପରେ ଧୋନିଙ୍କୁ କୁଲ ଅନ୍ଦାଜରେ ଦେଖିବାକୁ ମିଳିଥିଲା । ଏମିତିରେ ଧୋନି ସବୁବେଳେ ଥଣ୍ଡା ମିଜାଜରେ ରହନ୍ତି । କିନ୍ତୁ ପିଲାଙ୍କ ସହ ତାଙ୍କର ଏପରି ଦୃଶ୍ୟ ପ୍ରଥମ ଥର ଦେଖିବାକୁ ମିଳିଥିଲା ।

ମ୍ୟାଚ ପରେ ଦଳର 2 ବିଦେଶୀ ଖେଳାଳି ସେନ ୱାଟସନ୍‌ ଓ ଇମ୍ରାନ ତାହିର ନିଜ ପୁଅଙ୍କ ସହ ମଜାଦାର ସମୟ ବିତାଉଥିଲେ । ଉଭୟ ନିଜ ନିଜ ଭିତରେ ଦୌଡ ପ୍ରତିଯୋଗିତା କରୁଥିବାବେଳେ ପୁଣିଥରେ ଦୌଡ ଆରମ୍ଭ କରିବାକୁ ପ୍ରସ୍ତୁତି କରୁଥିଲେ । ଏହି ସମୟରେ ହଠାତ୍‌ ଧୋନି ଆସି ଦୌଡିବାକୁ ଲାଗିଥିଲେ । ତାଙ୍କୁ ଦେଖି ୱାଟସନ୍‌ଙ୍କ ପୁଅ ଓ ତାହିରଙ୍କ ପୁଅ ମଧ୍ୟ ଦୌଡିବାରେ ଲାଗିଥିଲେ ।

ତେବେ ୱାଟସନ୍‌ଙ୍କ ପୁଅ ଜୋରରେ ଦୌଡି ଆଗକୁ ପଳାଉଥିବାବେଳେ ତାହିରଙ୍କ ପୁଅ ପଛରେ ପଡିଯାଇଥିଲେ । ଏହାଦେଖି ଧୋନି ତାହିରଙ୍କ ପୁଅକୁ କାଖେଇ ଫିନିସ ଲାଇନ ଆଡକୁ ଦୌଡି ଫେରିଆସିଥିଲେ । ଫଳରେ ଜୁନିୟର ୱାଟସନ୍‌ ପଛରେ ପଡିଯାଇଥିଲେ ଓ ତାହିରଙ୍କ ପୁଅ ଜିତିଯାଇଥିଲେ । ତେବେ ଏ ଦୃଶ୍ୟ ମଜାଦାର ଥିବାବେଳେ ସୋସିଆଲ ମିଡିଆରେ ଏହାକୁ କିନ୍ତୁ ବେଶ ଟ୍ରୋଲ କରାଯାଇଛି ।

ଏବେ ଦଳରେ ୱାଟସନ୍‌ଙ୍କ ପ୍ରଦର୍ଶନ ଏତେ ଖାସ ନଥିବାବେଳେ ତାହିରଙ୍କ ବୋଲିଂ ଚତ୍ମକାର ରହିଛି । ତେଣୁ ୱାଟସନ୍‌ଙ୍କୁ ଧୋନି ଦଳରେ ଚାହୁଁନାହାନ୍ତି ବୋଲି ଏହି ଭିଡିଓରେ କିଛି ଟ୍ବିଟର ବ୍ୟବହାରକାରୀ କମେଣ୍ଟ କରିଛନ୍ତି । କେତେକ ରିଟ୍ବିଟ କରି ମଧ୍ୟ ଏହା ଲେଖିଛନ୍ତି ଯେ ହୁଏତ ଆଗାମୀ ମ୍ୟାଚରେ ୱାଟସନ୍‌ଙ୍କୁ ଦେଖିବାକୁ ନ ମିଳିପାରେ । ତେବେ ଅନେକ ଚେନ୍ନାଇ ଫ୍ୟାନ୍ସ ମଧ୍ୟ ଧୋନିଙ୍କ ଅନ୍ଦାଜକୁ ବେଶ ପ୍ରଶଂସା କରିଛନ୍ତି ।

ABOUT THE AUTHOR

...view details