ଓଡିଶା

odisha

ETV Bharat / sports

କଡା ଟକ୍କର: ମୁହାଁମୁହିଁ ହେବେ CSK-KKR - cricket

ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଚାମ୍ପିଆନ୍‌ ଚେନ୍ନାଇ ସୁପରକିଙ୍ଗସ୍‌କୁ ଟକ୍କର ଦେବାକୁ ପଡିଆକୁ ଓହ୍ଲାଇବ 2ଥର ଆଇପିଏଲ୍‌ ବିଜେତା ଟିମ କୋଲକତା ନାଇଟ୍‌ ରାଇଡର୍ସ। ବର୍ତ୍ତମାନ ସୁଦ୍ଧା ପଏଣ୍ଟ ଟେବୁଲ୍‌ରେ ପ୍ରଥମ ସ୍ଥାନରେ କେକେଆର୍‌ ରହିଥିବାବେଳେ 2ୟ ସ୍ଥାନରେ ଧୋନୀ ବାହିନୀ ରହିଛି।

ଡିଜାଇନ ଫଟୋ

By

Published : Apr 9, 2019, 5:46 PM IST

Updated : Apr 9, 2019, 6:40 PM IST

ଚେନ୍ନାଇ: ମଙ୍ଗଳବାର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଦେଖିବାକୁ ମିଳିବ ଦମ୍‌ଦାର୍‌ ମ୍ୟାଚ୍‌ । ଚାମ୍ପିଆନ୍‌ ଚେନ୍ନାଇ ସୁପରକିଙ୍ଗସ୍‌କୁ ଟକ୍କର ଦେବାକୁ ଓହ୍ଲାଇବ 2ଥର ଆଇପିଏଲ୍‌ ବିଜେତା କୋଲକତା ନାଇଟ୍‌ ରାଇଡର୍ସ । ଏହି ସିଜନ୍‌ର 23ତମ ମ୍ୟାଚ୍‌କୁ ବେଶ୍‌ ଉପଭୋଗ କରିବେ ଦର୍ଶକ । 2ଟି ଦଳ ବର୍ତ୍ତମାନ ସୁଦ୍ଧା ଚାରୋଟି ଲେଖାଏଁ ମ୍ୟାଚ୍‌ ନିଜ ନାଁରେ କରିସାରିଛନ୍ତି । ବର୍ତ୍ତମାନ ସୁଦ୍ଧା ପଏଣ୍ଟ ଟେବୁଲ୍‌ର ପ୍ରଥମ ସ୍ଥାନରେ କେକେଆର୍‌ ରହିଥିବାବେଳେ 2ୟ ସ୍ଥାନରେ ଧୋନୀ ବାହିନୀ ରହିଛି । ପଏଣ୍ଟ ଟେବୁଲ୍‌ର ଶୀର୍ଷରେ ରହିବା ପାଇଁ 2ଦଳ ମଧ୍ୟରେ ରାତି 8ଟାରେ ମୁକାବିଲା ହେବ ।

ଦେଖିବାକୁ ଗଲେ 2ଟି ଟିମ୍‌ରେ ବେଶ୍‌ ସାନ୍‌ଦାର୍‌ ସ୍ପିନର୍‌ ଥିବା ସହ ଧମାକାଦାର୍‌ ବ୍ୟାଟ୍ସମ୍ୟାନ ମାନେ ମଧ୍ୟ ଅଛନ୍ତି । ଚେନ୍ନାଇ ଟିମ୍‌ରେ ଭଜି, ଇମରାନ ତାହିର, ରବିନ୍ଦ୍ର ଜାଡେଜାଙ୍କ ଭଳି ସ୍ପିନର୍‌ ରହିଛନ୍ତି । ସେହିପରି ଦିନେଶ କାର୍ତ୍ତିକଙ୍କ ଟିମ୍‌ରେ କୁଲଦୀପ ଯାଦବ, ସୁନୀଲ ନରେନ ଓ ପୀୟୁଷ ଚାଓ୍ବାଲାଙ୍କ ପରି ବୋଲର୍‌ ଗତ ଶେଷ ମ୍ୟାଚ୍‌ରେ ବେଶ୍‌ ଭଲ ପ୍ରଦର୍ଶନ କରିଥିଲେ ।

କେକେଆର୍‌ ଟିମ୍‌ର ରସେଲ ମ୍ୟାଚ୍‌ ପରିବର୍ତ୍ତନ କରିବାରେ ବେଶ୍‌ ମାହିର ଅଛନ୍ତି । ରସେଲଙ୍କ ଛକାରେ ଅଙ୍କୁଶ ଲଗାଇବା ଚେନ୍ନାଇ ଟିମ୍‌ ପାଇଁ ଗ୍ରାଉଣ୍ଡରେ କୌଣସି ଫାଇନାଲ୍‌ ପରୀକ୍ଷା ଠାରୁ କମ୍‌ ହେବ ନାହିଁ । ରସେଲଙ୍କ ବ୍ୟତୀତ କ୍ରିସ୍‌ ଲେନ୍‌, ରବିନ୍‌ ଉତ୍ଥପା ଓ ଦିନେଶ କାର୍ତ୍ତିକ ଦ୍ରୁତ ଗତିରେ ରନ୍‌ ବନାଇବା ସେମାନଙ୍କୁ ବେଶ୍‌ ଭଲ ଭାବରେ ଜଣା ।

ସେହିପରି ପଞ୍ଜାବ ବିପକ୍ଷରେ ଚେନ୍ନାଇ ଟିମ୍‌ର ଫାଫ ଡୁ ପ୍ଲେସିସ 38ବଲ୍‌ରେ 54ରନ୍‌ କରିଥିଲେ ଓ ଟିମ୍‌ର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଶେଷ ଓଭରରେ ନିଜର ଭୂମିକା ବେଶ୍‌ ଭଲ ଭାବରେ ତୁଲାଇ ଥିଲେ ।

Last Updated : Apr 9, 2019, 6:40 PM IST

ABOUT THE AUTHOR

...view details