ନୂଆଦିଲ୍ଲୀ:ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା । ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଆଣ୍ଠୁରେ ଆଘାତ ପାଇଥିବା ନେଇ ସ୍କାନ କରାଯିବା ନେଇ ଶନିବାର ଲିଡ୍ସର ଏକ ଡାକ୍ତରଖାନାକୁ ନିଆଯାଇଛି । ଭାରତୀୟ ଦଳ ଅଗଷ୍ଟ 30ରେ ଲଣ୍ଡନ ଗସ୍ତ କରିବେ । ସ୍କାନ ରିପୋର୍ଟ ଭଲ ଥାଏ ତେବେ ଜାଡେଜା ଦଳ ସହ ଆସିବେ ।
ତିନୋଟି ଟେଷ୍ଟ ମ୍ୟାଚ୍ ଖେଳିଥିବା ଜାଡେଜା ମ୍ୟାଚର ଦ୍ବିତୀୟ ଦିନରେ ଫିଲ୍ଡିଂ କରୁଥିବା ବେଳେ ଆଣ୍ଠୁରେ ଆଘାତ ପାଇଥିଲେ । ଏହା ପରେ ତାଙ୍କ ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ଜାଡେଜା ତାଙ୍କ ଇନଷ୍ଟାଗ୍ରାମରେ ହସ୍ପିଟାଲ ପୋଷାକ ପିନ୍ଧିଥିବା ଏକ ଫୋଟୋ ପୋଷ୍ଟ କରିଥିଲେ । ଜାଡେଜା ଆହତ ହେବା ଟିମ ପାଇଁ ଭଲ ଖବର ନୁହେଁ ।