ଓଡିଶା

odisha

By

Published : Jan 31, 2021, 3:46 PM IST

ETV Bharat / sports

ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଚୂଡ଼ାନ୍ତ ଏକାଦଶରେ ମୟଙ୍କ ସ୍ଥାନ ପାଇବା ନେଇ ସନ୍ଦେହ

ଫେବ୍ରୁଆରୀ 5 ତାରିଖରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ 4ଟିକିଆ ଟେଷ୍ଟ ସିରିଜ ଆରମ୍ଭ ହେବ। ଭାରତୀୟ ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରୱାଲ ଦଳର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ନେଇ ସନ୍ଦେହ ଦେଖା ଦେଇଛି। ଅଧିକ ପଢ଼ନ୍ତୁ...

Mayank Agrawal is in doubt for a place in the team's playing eleven against england test series
ଇଂଲଣ୍ଡ ବିପକ୍ଷରେ ମ୍ୟାଚରେ ଚୂଡ଼ାନ୍ତ ଏକାଦଶରେ ମୟଙ୍କ ସ୍ଥାନ ପାଇବା ନେଇ ସନ୍ଦେହ

ଚେନ୍ନାଇ: ଭାରତ ଓ ଇଂଲଣ୍ଡ ମଧ୍ୟରେ 4ଟିକିଆ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଯାଉଛି। ଫେବ୍ରୁଆରୀ 5 ତାରିଖରୁ ପ୍ରଥମ ଟେଷ୍ଟ ମ୍ୟାଚ ଆରମ୍ଭ ହେବ। ତେବେ ଭାରତୀୟ ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରୱାଲ ଦଳର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ନେଇ ସନ୍ଦେହ ଦେଖା ଦେଇଛି। ଘରୋଇ ପଡ଼ିଆରେ ମୟଙ୍କ ଅଗ୍ରାୱାଲଙ୍କ ଷ୍ଟ୍ରାଇକ ରେଟ ସାର ଡନ ବ୍ରାଡମ୍ୟାନଙ୍କଠାରୁ ମଧ୍ୟ ଭଲ ରହିଛି। ଏହାସତ୍ତ୍ବେ ସେ ଟିମର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବେ କି ନାହିଁ ସନେଇ ଦଳ ଦ୍ବନ୍ଦରେ ପଡ଼ିଛି।

ମୟଙ୍କ ଅଗ୍ରୱାଲ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦୁଇଟି ମ୍ୟାଚରେ ଓପେନିଂ କରି ସେତେଟା ଭଲ ପ୍ରଦର୍ଶନ କରି ପାରିନଥିଲେ। ଫଲରେ ତାଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଓପେନିଂ ଭାର ଦିଆଯାଇଥିଲା। ତେବେ ସେ ପ୍ରଥମେ 3 ନମ୍ବର ଓ ପରେ ଟିମର ମିଡିଲ ଅର୍ଡରରେ ବ୍ୟାଟିଂ କରିଥିଲେ। ଏହାଛଡ଼ା ଇଂଲଣ୍ଡ ବିପକ୍ଷରେ ସିରିଜ ପାଇଁ ଦଳରେ ରନ ମେସିନ ବିରାଟ କୋହଲ ସାମିଲ ହୋଇଛନ୍ତି। ଏଥିପାଇଁ ମୟଙ୍କ 3 ନମ୍ବରରେ ବ୍ୟାଟିଂ କରିବା ପ୍ରଶ୍ନ ଉଠୁନାହିଁ। ଫଳରେ ତାଙ୍କୁ ଦଳରେ ସାମିଲ କରାଯିବାକି ନାହିଁ ସେନେଇ ସନ୍ଦେହ ଦେଖା ଦେଇଛି।

ମୟଙ୍କ ଅଗ୍ରୱାଲ ବର୍ତ୍ତମାନ ସୁଦ୍ଧା ଭାରତ ପାଇଂ 14ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। ସେ 45.74 ହାରରେ 1052 ସଂଗ୍ରହ କରିଛିନ୍ତି। ସେ 23ଟି ଇନିଂଶ ଖେଳି 3ଟି ଶତକ ହାସଲ କରିଛନ୍ତି। ଘରୋଇ ପଡ଼ିଆରେ ମୟଙ୍କ ଅଗ୍ରୱାଲଙ୍କ ବ୍ୟାଟିଂ ହାର ଡନ ବ୍ରାଡମ୍ୟାନଙ୍କଠାରୁ ଅଧିକ ରହିଛି। ଭାରତ ମାଟିରେ ସେ 5ଟି ଟେଷ୍ଟ ମ୍ୟାଚ ଖେଳି 597 ରନ କରିଛନ୍ତି। ଘରୋଇ ମୈଦାନରେ ସେ 99.5 ହାରରେ ରନ ସଂଗ୍ରହ କରିଛନ୍ତି। ଯାହା ସାର ଡନ ବ୍ରାଡମ୍ୟାନଙ୍କଠାରୁ ଅଧିକ। ଅଷ୍ଟ୍ରେଲିଆ କିମ୍ବଦନ୍ତୀ କ୍ରିକେଟର ଅଷ୍ଟ୍ରେଲିଆ ମାଟିରେ 33ଟି ଟେଷ୍ଟ ମ୍ୟାଚ ଖେଳି 98.22 ହାରରେ 4 ହଜାର 322 ରନ ସଂଗ୍ରହ କରିଛନ୍ତି।

ଅଷ୍ଟ୍ରେଲିଆ ବିପକ୍ଷରେ ଡେବ୍ୟୁ କରିଥିବା ଶୁଭମନ ଗିଲ ହିଟମ୍ୟାନ ରୋହତ ଶର୍ମାଙ୍କ ସହ ଓପେନିଂ କରିବେ। ପୃଥ୍ବୀ ଶ'ଙ୍କ ଫ୍ଲପ ଶୋ ପରେ ଶୁଭମନ ଗିଲଙ୍କୁ ଦଳରେ ସ୍ଥାନ ମିଳିଥିଲା। ଗାବା ଟେଷ୍ଟ ମ୍ୟାଚର ଚତୁର୍ଥ ଇନିଂଶରେ ସେ 91 ରନ କରି ଦଳରେ ନିଜ ସ୍ଥାନ ପକ୍କା କରିଛନ୍ତି। ରୋହିତ ଶର୍ମାଙ୍କ ମଧ୍ୟ ଘରୋଇ ପଡ଼ିଆରେ ଭଲ ଟେଷ୍ଟ ରେକର୍ଡ ରହିଛି। ସେ 14ଟି ଟେଷ୍ଟ ମ୍ୟାଚ ଖେଳି 88.33 ହାରରେ 1325 ରନ କରିଛନ୍ତି। 20ଟି ଇନିଂଶରେ ସେ 6ଟ ଶତକ କରିଥିବା ବେଳେ 5ଟି ଅର୍ଦ୍ଧ ଶତକ କରିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details