ଓଡିଶା

odisha

ETV Bharat / sports

ଆଜିଠୁ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍‌, 9 ବର୍ଷ ପରେ ଘରୋଇ ମାଟିରେ ଟେଷ୍ଟ୍‌ ଖେଳିବେ ମହିଳା ଦଳ - ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବ ଟେଷ୍ଟ ମ୍ୟାଚ

IndiaW vs EnglandW Test Series: ଦୀର୍ଘ 9 ବର୍ଷ ପରେ ଭାରତ ମାଟିରେ ଖେଳାଯିବ ମହିଳା ଟେଷ୍ଟ ମ୍ୟାଚ । ଆଜି ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ । ଅଧିକ ପଢ଼ନ୍ତୁ

INDW vs ENGW Test
INDW vs ENGW Test

By ETV Bharat Odisha Team

Published : Dec 14, 2023, 8:28 AM IST

Updated : Dec 14, 2023, 8:56 AM IST

ହାଇଦ୍ରାବାଦ: ଆଜିଠୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବ ଟେଷ୍ଟ ସିରିଜ୍‌ । ଅଧିନାୟକ ହରମନପ୍ରୀତ କୌରଙ୍କ ନେତୃତ୍ବରେ ପଡିଆକୁ ଓହ୍ଳାଇବ ଟିମ୍‌ ଇଣ୍ଡିଆ । ମୁମ୍ବାଇର ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ସକାଳ 9ଟା 30 ମିନିଟରେ ମ୍ୟାଚ୍‌ ଖେଳାଯିବ । ଦୀର୍ଘ 9 ବର୍ଷ ପରେ ଭାରତରେ ମହିଳା ଟେଷ୍ଟ ମ୍ୟାଚର ଆୟୋଜନ କରାଯାଇଛି । ଘରେଇ ମାଟିରେ ମ୍ୟାଚ୍‌ ଖେଳିବାକୁ ଉତ୍ସାହୀ ଅଛନ୍ତି ଭାରତୀୟ ମହିଳା ଦଳ । ଇଂଲଣ୍ଡ ବିପକ୍ଷ ଟି-ଟ୍ବେଣ୍ଟି ସିରିଜରେ ଭାରତ 2-1ରେ ପରାଜିତ ହୋଇଥିଲା । କିନ୍ତୁ ଟେଷ୍ଟ ମ୍ୟାଚରେ ଏହାର ବଦଲା ନେବାକୁ ଚେଷ୍ଟା କରିବ । ତେଣ ଭାରତୀୟ ଦଳ ପୁରା ପ୍ରସ୍ତୁତ ରହିଛି । ଅନ୍ୟପଟେ ତିନି ମ୍ୟାଚ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜରେ ଭାରତକୁ ହରାଇ ବିଜୟୀ ହୋଇଥିବାରୁ ଇଂଲଣ୍ଡ ଖେଳାଳିଙ୍କ ମନୋବଳ ଦୃଢ଼ ରହିଛି । ଚେଷ୍ଟ ମ୍ୟାଚ୍‌ରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିବ ବୋଲି ସମସ୍ତ ଆଶା ରହିଛି । ପୁରା ରଣନୀତି ସହ ପଡ଼ିଆକୁ ଓହ୍ଳାଇବ ଟିମ୍‌ ଇଂଲଣ୍ଡ ।

ଏହା ମଧ୍ୟ ପଢନ୍ତୁ-U-19 ବିଶ୍ବକପ୍‌ ପାଇଁ ସେଡ୍ୟୁଲ ଜାରି କଲା ICC, ୨୦ ଜାନୁଆରୀରୁ ଅଭିଯାନ ଆରମ୍ଭ କରିବ ଭାରତ

9 ବର୍ଷ ପରେ ଭାରତରେ ଖେଳାଯିବ ମହିଳା ଟେଷ୍ଟ ସିରିଜ: 9 ବର୍ଷ ପରେ ଭାରତରେ ମହିଳା ଟେଷ୍ଟର ଆୟୋଜନ କରିଛି ବିସିସିଆଇ । ଶେଷ ଥର ପାଇଁ 2014 ମସିହାରେ ମହିଳା ଟେଷ୍ଟ ମ୍ୟାଚ୍‌ ଭାରତରେ ଖେଳାଯାଇଥିଲା। ମହୀଶୂରରେ ନଭେମ୍ବର 16ରୁ 19 ପର୍ଯ୍ୟନ୍ତ ଭାରତୀୟ ମହିଳା ଦଳ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ମିତାଲି ରାଜଙ୍କ ଅଧିନାୟକତ୍ବରେ ଭାରତୀୟ ଦଳ 34 ରନରେ ଏହି ଟେଷ୍ଟ ମ୍ୟାଚରେ ବିଜୟୀ ହୋଇଥିଲା । ଶେଷ ଥର ପାଇଁ 2021 ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳିଥିଲା ଭାରତ । ବ୍ରିଷ୍ଟୋଲରେ ଏହିମ୍ୟାଚ ଖେଳାଯାଇଥିବା ବେଳେ ଏହା ଡ୍ର ରହିଥିଲା । ଏହାପରେ 2021 ସେପ୍ଟେମ୍ବର 20ରୁ ଅକ୍ଟୋବର 3 ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ କାରାରାରେ ଟେଷ୍ଟ ମ୍ୟାଚ୍‌ ଖେଳାଯାଇଥିଲା । ଏହା ମଧ୍ୟ ଡ୍ର' ରହିଥିଲା ।

ଭାରତୀୟ ମହିଳା ସ୍କ୍ବାଡ୍‌: ହରମନପ୍ରୀତ କୌର(ଅଧିନାୟିକା), ସ୍ମୃତି ମନ୍ଧାନା, ଜେମିମା ରୋଡ୍ରିଗ୍ବିଜ, ଶେଫାଳି ବର୍ମା, ଦିପ୍ତି ଶର୍ମା, ୟାସ୍ତିକା ଭାଟିଆ, ରିଚା ଘୋଷ, ଅମନଜୋତ କୌର, ଶ୍ରୀୟଙ୍କା ପାଟିଲ, ମନ୍ନତ କାଶ୍ୟପ, ସାଇକା ଇଶାକ, ରେଣୁକା ସିଂ ଠାକୁର, ଟିଟାସ ସାଧୁ, ପୂଜା ବସ୍ତ୍ରକାର, କନିକା ଆହୁଜା ଓ ମିନ୍ନୁ ମନି ।

Last Updated : Dec 14, 2023, 8:56 AM IST

ABOUT THE AUTHOR

...view details